Odia news portal

୧୨ ନମ୍ବର ୱାର୍ଡରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା


ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ସମଗ୍ର ୱାର୍ଡ

ଭୁବନେଶ୍ୱର : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ ଆଜି ବିଏମସି ୧୨ ନମ୍ବର ୱାର୍ଡରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି ।

କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ପ୍ରେସ ଛକ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ରାଜ୍ୟ ମତ୍ସ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର, ଜୋନାଲ ଡେପୁଟି କମିଶନର ସ୍ୱାଗତ ଦାସ, ଡେପୁଟି କମିଶନର ପ୍ରିୟଦର୍ଶନୀ ଜେନା, ୱାର୍ଡ ଅଧିକାରୀ ରବିନାରାୟଣ ମିଶ୍ର, ବରି ମୁରବି ଜନକର ସାହୁ, ଭଗବାନ ଦାଶ, ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ ।

ଅର୍ପଣ ରଥକୁ ପୂଜାର୍ଚ୍ଚନା କରାଯାଇ ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ୱାର୍ଡ ପରିକ୍ରମା କରାଯାଇଥିଲା । ୱାର୍ଡବାସୀଙ୍କ ମନରେ ଅପୂର୍ବ ଆନନ୍ଦ ଉଲ୍ଲାସ ଦେଖାଯାଇଥିଲା । ପ୍ରତ୍ୟେକ ଘର ଆଗରେ ମହିଳାମାନେ ଝୋଟି ଚିତା ପକାଇ କଳସ ବସାଇ ରଥକୁ ବନ୍ଦାପନା କରି ଅରୁଆ ଚାଉଳ ଗୁଆ ଅର୍ପଣ କରିଥିଲେ । ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରି ନାଗରିକ, ମହିଳା, ଯୁବକମାନେ ଯୋଗଦାନ କରିଥିଲେ ।

You might also like
Leave A Reply

Your email address will not be published.