Odia news portal

ଉତ୍ତର ଵିଧାୟକଙ୍କ ନେତୃତ୍ବରେ ବିଶାଳ ରକ୍ତଦାନ ଶିବିର

ଭୁବନେଶ୍ବର,(ଚକ୍ରଧର ମାଝି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଉତ୍ତର ଭୁବନେଶ୍ଵର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ପଟିଆରେ ଥିବା ଏକ ବିବାହ ମଣ୍ଡପରେ ରକ୍ତଦାନ ଶିବିରଅନୁଷ୍ଠିତ ହୋଇଛି। ଓଡ଼ିଶା ମୋ ପରିବାର ସହଯୋଗରେ ଏଠାରେ ୨୨୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।

ବର୍ତ୍ତମାନ ପରିସ୍ଥିତିରେ ରକ୍ତ ସଂଗୃହିତ ରକ୍ତର ନିତ୍ୟାନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ତର ନିର୍ବାଚନମଣ୍ଡଳୀର ଯୁବ ବନ୍ଧୁ, କର୍ପୋରେଟର, ଭାଇ ଓ ଭଉଣୀଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ହୋଇଥିଲା।

କାର୍ଯ୍ୟକ୍ରମରେ ବରିଷ୍ଠ ନେତା କୁନ ବିହାରୀ ଦାସ, ମତ୍ସ୍ୟ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଜୀବନ ବିନ୍ଦୁ ସଂଯୋଜକ ପ୍ରକାଶ କୁମାର ତ୍ରିପାଠୀ, ବରିଷ୍ଠ ନେତା ବିଷ୍ଣୁ ପାତ୍ର, କର୍ପୋରେଟର ମିହିର କୁମାର ରାଉତ, ପୂର୍ବତନ କର୍ପୋରେଟର ଜୟନ୍ତୀ ଜେନା, ଯୁବନେତା ମନୋଜ କୁମାର ସାହୁ, ପ୍ରସନ୍ନ କୁମାର ସାହୁ, ପଦ୍ମଲୋଚନ ପ୍ରଧାନ, ଇନ୍ଦ୍ରଜିତ ଶ୍ରୀଚନ୍ଦନ, ଅଶୋକ ବେହେରା, ମାନସ ଦାସ, ହିମାଂଶୁ ଶେଖର ଦାସଙ୍କ ସହଯୋଗରେ ଏହି ଶିବିର ହୋଇଥିଲା।

ରକ୍ତ ଅଭାବରୁ ଯେପରି କୌଣସି ଲୋକର ମୃତ୍ୟୁ ନ ଘଟେ, ସେଥିପାଇଁ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ବିଧାୟକ ଆହ୍ଵାନ କରିଥିଲେ।

You might also like
Leave A Reply

Your email address will not be published.