Odia news portal

ସେପ୍ଟେମ୍ବର ୩ରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସାଧାରଣ ସଭା

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କାର୍ଯ କାରୀ ସଭାରେ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ସାଧାରଣ ସଭା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକାରୀ ସଭାରେ ଆସନ୍ତା ସେପ୍ଟେମ୍ବର ୩ ସକାଳ ୯ ଘଟିକାରୁ ଦିନ ୩ ଘଟିକା ପର୍ଯ୍ୟନ୍ତ ଜୟଦେବ ଭବନ ଭୁବନେଶ୍ବର ଠାରେ ସାଧାରଣ ସଭା କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାଧାରଣ ସଭା ନିମନ୍ତେ ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କୁ ସୂଚନା ଦେବାପାଇଁ ସଦସ୍ୟ ମାନଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି।

ଆଜିର ସଭାରେ ସାଧାରଣ ସଭା ସୁରଖୁରରେ କିପରି ହୋଇ ପାରିବ, ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ସମସ୍ତଙ୍କୁ ଦାୟିତ୍ଵ ଦିଆଯାଇଛି। ସାଧାରଣ ସଭା ଓ ଅନ୍ୟାନ୍ୟ ବିଷୟ ରେ ଇନ୍ସପେକ୍ଟର ଜେନରାଲ ଅଫ ରେଜିଷ୍ଟ୍ରେସନ କୁ ଚିଠି ଲେଖା ଯାଇ ଅବଗତ କରାଯିବ। ଆଜିର ବୈଠକରେ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା, ଉପ ସଭାପତି ରବିନାରାୟଣ ମହାପାତ୍ର ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ସହ କୋଷାଧ୍ୟକ୍ଷ ଅକ୍ଷୟ ଉପାଧ୍ୟାୟ, ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ବିଶ୍ନୁମୋହନ ମହାନ୍ତି ଗାନ୍ଧୀ ଚୌଧୁରୀ, ଅଖିଳ କୁମାର ସାହୁ, ନିରଞ୍ଜନ ପଣ୍ଡା ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ମନୋରଞ୍ଜନ ମହାନ୍ତି ଗିରିଜା ଶଙ୍କର ମହାପାତ୍ର ଶ୍ରୀ ନିବାସ ରାଓ ସତ୍ୟକାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସାଧାରଣ ସଭାରେ ବହୁ ସଂଖ୍ୟାରେ ଆଜୀବନ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେବାକୁ ଅନୁରୋଧ କରାଗଲା। ଶେଷରେ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରାଯାଇ ସଭା ସମାପ୍ତ କରାଯାଇଥିଲା।

You might also like
Leave A Reply

Your email address will not be published.