Odia news portal

ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମ୍‌ସିର ବିଭିନ୍ନ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର, (ଚକ୍ରଧର ମାଝି) : ଆସନ୍ତା ୩୧ ତାରିଖ ଦିନ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ଏଥିପାଇଁ ବିଏମ୍‌ସି ରିକ୍ରେସନ କ୍ଲବ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟର ତୃତୀୟ ମହଲାରେ ଆରମ୍ଭ ହୋଇଥିବା ଇନ୍‌ଡୋର ଗେମ୍‌ସକୁ ମାନନୀୟା ମେୟର ଶ୍ରୀମତି ସୁଲୋଚନା ଦାସ ଉଦ୍ଘାଟନ କରିଛନ୍ତ ।

ଏହି ଅବସରରେ ମାନନୀୟା ଡେପୁଟି ମେୟର ଶ୍ରୀମତି ମଞ୍ଜୁଲତା କହଁର, କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ସମସ୍ତ କର୍ପୋରେଟର, ଅତିରିକ୍ତ କମିଶନର, ଡେପୁଡି କମିଶନର, ଜୋନାଲ ଡେପୁଟି କମିଶନର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଜି ପ୍ରଥମ ଦିନରେ ଚେସ୍ ଓ କ୍ୟାରେମ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ୨୦ ତାରିଖ ସକାଳ ସାଢେ ୭ଟାରେ ମେୟର ଏକାଦଶ ଭର୍ସେସ କମିଶନର ଏକାଦଶ ମଧ୍ୟରେ ଏକ ବନ୍ଧୁତା ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ କିଟ୍ କ୍ୟାମ୍ପସ ଖେଳ ପଡିଆରେ ଅନୁଷ୍ଠିତ ହେଉଛି । ପରବର୍ତ୍ତି ଦୁଇ ଦିନରେ ଅନ୍ୟାନ୍ୟ ଖେଳକୁଦ ମଧ୍ୟ ଅନୁଷ୍ଠିତ ହେବ ।

ତେବେ ରାଜ୍ୟର ଅଗ୍ରଣୀ କର୍ପୋରେସନ ଭାବେ ଭୁବନେଶ୍ୱର ମହାନଗର ନିଗମ ସ୍ୱାୟତ୍ତ ଶାସନ ଦିବସକୁ ସମ୍ମାନ ଜଣାଇ ଗୋଷ୍ଠୀ ସେବାରେ ନିୟୋଜିତ ଉଭୟ ଜନପ୍ରତିନିଧି, ପ୍ରଶାସକ ଓ କର୍ମଚାରୀଙ୍କ ମଧ୍ୟରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ସଂପର୍କର ନିଦର୍ଶନ ସ୍ୱରୂପ ଏହି ବାର୍ଷିକ ଉତ୍ସବର ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି ।

ଆଜିଠାରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକାର ଖେଳକୁଦ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ସେଗୁଡିକ ମଧ୍ୟରେ ବ୍ୟାଡ ମିଣ୍ଟନ, ଚେସ୍‌, କ୍ୟାରମ୍‌, କ୍ରିକେଟ ମ୍ୟାଚ୍ ପ୍ରଭୃତି କର୍ପୋରେଟର, ବିଏମ୍‌ସି ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ହେଉଛି ।

You might also like
Leave A Reply

Your email address will not be published.