ଭାଟକୁମରଡା ଗ୍ରାମରେ ମାଗଣା ଆୟୁଷ ସ୍ୱାସ୍ଥ୍ୟ ଶିବିର
ବ୍ରହ୍ମପୁର : ଗୁରୁବାର ଦିନ ଏକ ଆୟୁଷ ମାଗଣା ସ୍ୱାସ୍ଥ୍ୟ ଶିବିର ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଦକ୍ଷିଣାଞ୍ଚଳ ମଣ୍ଡଳ ବ୍ରହ୍ମପୁର ଗଞ୍ଜାମ ଜାତୀୟ ଆୟୁଷ ମିଶନ ଆନୁକୂଲ୍ୟରେ ଭାଟକୁମରଡା ଗ୍ରାମରେ ଅନୁଷ୍ଠିତ ହୋଇଥିଲା ।
ଏଠାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମନମୋହନି ପଲାଇଙ୍କ ଦ୍ୱାରା ଉଦଘାଟନ ହୋଇଥିଲା । ଏଥିରେ ସ୍ଥାନୀୟ ସମିତି ସଭ୍ୟ ଶ୍ରୀ କୋରାନାଥ ସ୍ୱାଇଁ ଓ ପଂଚାୟତର ସମସ୍ତ ୱାର୍ଡ ମେମ୍ବର ଓ ଯୁବନେତା ରାମକୃଷ୍ଣ ପଣ୍ଡା ସମେତ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ପି ଇ ଓ ଧନେଶ୍ୱର ଗୌଡ଼ ମଧ୍ୟ ଉପସ୍ଥିତ ଥିଲେ ।
ଏହି ସ୍ୱାସ୍ଥ୍ୟ ଶିବିର ରେ D. A. M. O ଡ଼ଃ ରାମଚନ୍ଦ୍ର ବେହେରା ଙ୍କ ପୌରାହିତ୍ୟ ରେ ଡ଼ଃ ଶିଶିରକାନ୍ତ ମିଶ୍ର, ଶିଶିରାକାନ୍ତ ତ୍ରିପାଠୀ, ଡ଼ଃ ଅନିଲ କୁମାର ସାହୁ, ଡ଼ଃ ଅଜିତ ପ୍ରସାଦ ତିୱାରୀ, ଡ଼ଃ ଯଜ୍ଞ ନାରାୟଣ ବେହେରା, D. P. M ଡ଼ଃ ଉତ୍ତରା ପଟ୍ଟନାୟକ ଓ ହୋମିଓପାଥି ଡ଼ଃ ଶ୍ରୀକନ୍ୟା ପାତ୍ର, ଆସିଷ୍ଟାଣ୍ଟ ସରୋଜ କୁମାର ନାହାକ ଓ ଆୟୁର୍ବେଦ ଆସିଷ୍ଟାଣ୍ଟ ଶ୍ରୀ ସିମାଞ୍ଚଳ ବେହେରା ଯୋଗଦେଇ ଶିବିର କାର୍ଯ୍ୟକ୍ରମ ସୁଚାରୁ ରୂପେ ଚଳାଇଥିଲେ ।
ଏହି ଶିବିର ରେ ଯୋଗଗୁରୁ ଶ୍ରୀ G ଅନିଲ ପାତ୍ର ବିଭିନ୍ନ ଯୋଗ ଶିକ୍ଷା ଦେଇଥିଲେ । ଗ୍ରାମବାସୀ ଙ୍କୁ ଶିବିର ତରଫରୁ ବିଭିନ୍ନ ଔଷଧ ଓ ଔଷଧୀୟ ବୃକ୍ଷ ମାଗଣା ବଣ୍ଟନ କରାଯାଇଥିଲା । ଏହି ଶିବିରରେ ରୋଗୀ ମାନଙ୍କର ରକ୍ତଚାପ, ସର୍କରା ଆଦି ପରୀକ୍ଷା କରି ଆୟୁର୍ବେଦ ଔଷଧ ଓ ହୋମିଓପାଥି ଔଷଧ ମାଗଣା ଯୋଗାଇ ଦିଆଯାଇଥିଲା । ପ୍ରାୟ ବହୁ ଜନ ସାଧାରଣ ଏହି ମାଗଣା ଶିବିରର ସୁବିଧା ନେଇଥିଲେ ।