Odia news portal

ପୁରୁଷୋତ୍ତମପୁର ବ୍ଲକ ଓ ଏନଏସିର କଂଗ୍ରେସ କର୍ମୀଙ୍କ ବ୍ଲକ ଘେରାଉ


ପୁରୁଷୋତ୍ତମପୁର ବ୍ଲକ ଓ ଏନଏସିର କଂଗ୍ରେସ କର୍ମୀ ନେତା ମାନଙ୍କୁ ନେଇ ୧୨ ଦଫା ଦାବି ସହିତ ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ସଂଯୋଜନାରେ କାକୀ ମନ୍ଦିର ଛକ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବ୍ଲକ ଛକରେ ବିଜେଡି ଓ ବିଜେପି ନେତାଙ୍କ ଗରିବ ମାରଣ ନିତି ଉପରେ ଗର୍ଜନ କରିଥିଲେ ।

ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଖାଉଟି ଦ୍ରବ୍ୟ ଠାରୁ ଆରମ୍ଭ କରି ପନିପରିବା , ତେଲ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଓ ପ୍ରତେକ ଜିନିଷ ର ମୂଲ୍ୟ କଂଗ୍ରେସ ସରକାରଙ୍କ ଠାରୁ ଦ୍ବିଗୁଣିତ କରି ଗରିବ ଙ୍କ ଆଖିରୁ ନିଦ ହଜେଇ ଦେଇଛନ୍ତି । ଏପଟେ ବ୍ଲକ ରେ ପ୍ରତେକ କାମପାଇଁ ୧୫ରୁ ୫୦ ପରସେଣ୍ଟ ପିସି କାରବାର, ହେଉଛି ପିସି ନଦେଲେ କାମହେଉନି, ଟାଟା କମ୍ପାନୀ କୁ ବିଦ୍ୟୁତରାଜ୍ୟସରକାର ଦେଇ ଲୋଭଲ୍ଟେଜ, ପୱାର କାଟ, ଅତ୍ୟଧିକ ବିଲ ଆସିବା, ଏହି ସବୁକୁ ବନ୍ଦ କରିବା ଦାବିରେ ଏହାସହ କୃଷି ଜାତ ଦ୍ରବ୍ୟର ଅଭାବୀ ବିକ୍ରି ବନ୍ଦ ସହିତ କଟନୀ, ଛଟନୀ, ବନ୍ଦ ସହ ପ୍ରତେକ ବ୍ଳକରେ ଶୀତଳ ଭଣ୍ଡାର ଖୋଲିବା ପ୍ରତିବାଦ,

ବେକାରୀ ଯୁବକ, ଯୁବତୀଙ୍କୁ ନିଯୁକ୍ତି ସହ ରାଜ୍ୟରେ ଖାଲି ପଡ଼ିଥିବା ୨, ୨୬, ୫୫୯, ସରକାରୀ ପଦବୀ ପୂର୍ଣ୍ଣ ଏବଂ ରାଜ୍ୟର ସବୁ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣକୁ ବନ୍ଦ କରିବା, ନାରୀନିର୍ଯ୍ୟା ତନା , ଦୁଷ୍କର୍ମ, କାରିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ସହିତ, ନରୀଙ୍କ ଆର୍ଥିକ ସ୍ଥିତିକୁ ସଶକ୍ତ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି

ପ୍ରିୟପ୍ରିତି ନରଖି, ଗରିବ, ବାସ ହୀନ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦେବା ଏହିସବୁ ଦାବି ନେଇ ସେମାନେ ଆଜି ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଦାବି ପତ୍ର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ସଂସଦୀୟ କ୍ଷେତ୍ରର କଂଗ୍ରେସ ପାର୍ଥୀ ରହିଥିବା ଭୋକଲି ସେଠୀ ଓ ପୁରୁଷୋତ୍ତମପୁର ବ୍ଲକ ସଭାପତି ପ୍ରଦୀପ କୁମାର ମହାରଣାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିର୍ଣ୍ଣ ପଞ୍ଚାୟତ ଓ ଏନଏସିର ବହୁ ନେତା କର୍ମୀ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.