Odia news portal

ସର୍ବ ବ୍ରାହ୍ମଣ ମହାସଭା ଓଡିଶା ପ୍ରଦେଶ ଶାଖା ପକ୍ଷରୁ ପୁରୀରେ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ପୁରୀ : ମୋଚିସାହି ଛକ ନିକଟସ୍ଥ “ପୁରୀ ଗ୍ରୀନ ଆପାର୍ଟମେଣ୍ଟରେ ଅପରାହ୍ନ ୧ଘଟିକା ସମୟରେ ସର୍ବ ବ୍ରାହ୍ମଣ ମହାସଭା ଓଡ଼ିଶା ପ୍ରଦେଶ ଶାଖା ପ୍ରୁରୀ ଜିଲ୍ଲାର ବୈଠକ ଓ ରାଜସ୍ଥାନ ର ଜୟପୁର ଠାରେ ସେପ୍ଟେମ୍ବର ମାସ ୩ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସର୍ବ ବ୍ରାହ୍ମଣ ମହାସଭା ଜାତୀୟ ମହସଂଗମ ରାଲି ରେ ଯୋଗଦାନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ମିଳିତ ଭାବେ ଅନୁଷ୍ଠିତ ହୋଇ ଯାଇଛି।

ଏହି ସଭାକୁ ସର୍ବ ବ୍ରାହ୍ମଣ ମହାସଭା ଓଡ଼ିଶା ପ୍ରଦେଶ ଶାଖାର ଅଧ୍ୟକ୍ଷ ଇଂ. ରବି ନାରାୟଣ ମହାପାତ୍ର ପରିଚାଳନା କରିଥିଲେ ଓ ମହାସଚିବ ଡ: ନାରାୟଣ ମହାପାତ୍ର ପୂର୍ବାପର ବିବରଣୀ ପାଠ କରି ଥିଲେ। ସଂଯୋଜକ ଶ୍ରୀ ସନ୍ତୋଷ କୁମାର ମିଶ୍ର ଏହି ସଭାର ଉଦ୍ଧେଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀମନ୍ଦିରର ମାନ୍ୟବର ଶ୍ରୀଯୁକ୍ତ ସୁଦର୍ଶନ ପୂଜାପଣ୍ଡା, ସମ୍ମାନିତ ଅତିଥି ଭାବରେ ପୁରୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ମହାଶୟ ଓ ମୁଖ୍ୟବକ୍ତା ଭାବରେ ପୁରୀ ଶ୍ରୀମନ୍ଦିର ର ପୂର୍ବତନ ପ୍ରଶାସକ ଡ: ଭାସ୍କର ମିଶ୍ର ମହୋଦୟ ସମ୍ବୋଧିତ କରିଥିଲେ।

ଅନ୍ୟ ଗଣ୍ୟମାନ୍ୟ ଅତିଥି ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ର ନବ ନିର୍ବାଚିତ ଅଧ୍ୟକ୍ଷ ଡ:କମଳାକାନ୍ତ ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାଶ ଓ ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ମିଶ୍ର, ଓଡ଼ିଶା ପ୍ରଦେଶ ଶାଖା ମହିଳା ବିଭାଗ ସମ୍ପାଦିକା ସୁଶ୍ରୀ ପୁଷ୍ପିତା ମହାପାତ୍ର, ବରିଷ୍ଠ ସଦସ୍ୟ ଓ ଓଡ଼ିଶା ସରକାରଙ୍କ ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ଦାଶ , ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଶ୍ରୀ ମନୋରଞ୍ଜନ ଚୌଧୁରୀ ତଥା ପ୍ରଦେଶ ଶାଖା ର ଦାତା ଉପଦେଷ୍ଟା ସଦସ୍ୟା ଶ୍ରୀମତୀ କନକ ଲତା ମହାପାତ୍ର, ପଶ୍ଚିମ ଓଡ଼ିଶା (ସୁନ୍ଦର ଗଡ ଜିଲ୍ଲା) ପ୍ରତିନିଧି ଶ୍ରୀ ରାଜେଶ ପଣ୍ଡା ମହୋଦୟ,ବରିଷ୍ଠ ସଦସ୍ୟ ଶ୍ରୀ ଚିନ୍ତାମଣି ମିଶ୍ର, ସଦସ୍ୟା ଶ୍ରୀମତୀ ବୀଣାପାଣି ମିଶ୍ର, ଶ୍ରୀ ବୈଦ୍ୟନାଥ ମିଶ୍ର,

ସଦସ୍ୟା ଶ୍ରୀମତୀ ବାସନ୍ତୀ ମିଶ୍ର, ପୁରୀ ଜିଲ୍ଲା ଶାଖା ର ଯୁଗ୍ମ ସମ୍ପାଦକ ଶ୍ରୀ ତ୍ରିଲୋଚନ ରଥ, ବରିଷ୍ଠ ସଦସ୍ୟ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଶତପଥୀ, ଶ୍ରୀ ପ୍ରଦୀପ୍ତ ମିଶ୍ର, ଶ୍ରୀ ଗଣେଶ୍ୱର ପ୍ରହରାଜ ପ୍ରମୁଖ ଏହି ସଭାକୁ ଉଦବୋଧନ ଦେଇଥିଲେ। ସଭାରେ ବ୍ରାହ୍ମଣ ସମାଜର ଐକ୍ୟ କିପରି ଭାବରେ ପରିଲକ୍ଷିତ ହେବ ତଥା ଏକତା କୁ ଆଗେଇ ନେବାପାଇଁ ସମସ୍ତ ବ୍ରାହ୍ମଣ ସମାଜ ପ୍ରସ୍ତୁତ ହେବା ନିମନ୍ତେ ସମସ୍ତ ବକ୍ତା ଅନୁରୋଧ କରିବା ସହିତ ଏ ଦିଗରେ ଦିଗ ନିର୍ଣ୍ଣୟ କରିବା ପାଇଁ ଆଗାମୀ ବ୍ରାହ୍ମଣ ମହସଙ୍ଗମ ରାଲୀ ରେ ଯୋଗ ଦେବାକୁ ଅନୁରୋଧ କରିଥିଲେ।

ସର୍ବ ଶେଷରେ ଅଧ୍ୟକ୍ଷ ଇ. ରବି ନାରାୟଣ ମହାପାତ୍ର ନିଜର ଆଶ୍ରୀବଚନ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସାମୁହିକ ମହାପ୍ରସାଦ ସେବନ ପରେ ସଭା ସମାପିତ ହୋଇଥିଲା ।

You might also like
Leave A Reply

Your email address will not be published.