Odia news portal

ପୁନେରେ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଆୱାର୍ଡ଼ ସେରିମନି ପାଳିତ

ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଆନୁକୂଲ୍ଯରେ ଆନା ଭାଉ ସାଠେ ଓ ଉତ୍କଳମଣି ଗପବନ୍ଧୁ ଦାସଙ୍କ ପୂଣ୍ୟ ଜନ୍ମ ଜୟନ୍ତି ଅବସରରେ ପୁନେରେ ଏକ ବିଶାଳ ସାଂସ୍କୃତିକ ଓ ଏୱାଡ ସେରିମନିର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ବହୁ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ସମାଜର ହିତାକାଂକ୍ଷି ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ମାନିତ କରାଯିବା ସହିତ ହସ୍ପିଟାଲର ଶବ ବ୍ୟବଛେଦକାରି , ଆମ୍ବୁଲେନ୍ସ ଚାଳକ ଓ କରନା ଯୋଦ୍ଧା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ସମାଜର ମଙ୍ଗଳ ହେତୁ ସଦାସର୍ବଦା ପ୍ରଚେଷ୍ଟା କରିବାରେ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ବହୁତ ପରିଚିତ ଓ ପ୍ରିୟଭାଜିତ ହୋଇପାରିଛି । ଲୋକଙ୍କ ମନରେ ସ୍ପୃହା ସଞ୍ଚାରଣ କରିବା ଉଦ୍ଦେଶ୍ୟରେ ଏହି ସଂଗଠନର ଏହା ଏକ ଅନନ୍ୟ ଅଭିନବ ପ୍ରୟାସ ।ଏଥିରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ଏନ.ଜି.ଓ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସାନ୍ତ୍ୱନା ମୂଳକ ପୁରସ୍କାର ବିତରଣ କରାଯାଇଛି । ଭାରତୀୟ କଳା ସଂସ୍କୃତି ସ୍ଥାପତ୍ୟକୁ ବଜାୟ ରଖିବା ନିମନ୍ତେ ବିଭିନ୍ନ ପ୍ରକାର ଲୋକନୃତ୍ୟ ଦେଶାତ୍ମବୋଧ, ଅଧ୍ୟାତ୍ମିକ, ଓଡ଼ିଶୀ, ସମ୍ବଲପୁରୀ, କଥକ, ଲାବଣୀ, ବିହୁ ଓ ଭାରତନାଟ୍ୟମ୍ ଆଦି ସଂଗୀତରେ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

ଦୁନିଆରେ ବିଭିନ୍ନ ପ୍ରକାର ସାମଜିକ ସଂଗଠନମାନେ ଭିନ୍ନ ଭିନ୍ନ ମାଧ୍ୟମରେ କାର୍ଯ୍ୟ କରିଥାନ୍ତି ହେଲେ ସମସ୍ତଙ୍କର ମନବୃତି କିନ୍ତୁ ସମାଜର ହିତ ସାଧନ ନିମନ୍ତେ ହିଁ ହୋଇଥାଏ । ଯିଏ ଯେକୌଣସି ପ୍ରକାରେ ହେଉନା କାହିଁକି ସମସ୍ତଙ୍କ ହୃଦୟରେ ସମାଜ ପ୍ରତି ନିସ୍ୱାର୍ଥ ଭାବନା ଜାଗ୍ରତ ହେବା ଉଚିତ । ଏହିପରିପ୍ରେକ୍ଷିରେ ସ୍ୱୟଂ ସଚେତନ ହୋଇ ଏଥିପ୍ରତି ଅନ୍ୟକୁ ପ୍ରଭାବିତ କରିବା ଓ ଅନ୍ୟକୁ ଅନୁପ୍ରାଣିତ କରିବା ମଧ୍ୟ ଏକ ବହୁତ ବଡ଼ ସେବା କହିଲେ ଅତ୍ୟୁକ୍ତି ହେବନି । ସମାଜରେ ଜାଗରଣ ସୃଷ୍ଟିକରିବା , ଅସହାୟଙ୍କ ପ୍ରତି ସମ୍ବେଦନଶୀଳତା ହୋଇ ସହୋଯଗ କରିବା, ବସ୍ତି ଅଞ୍ଚଳରେ ଅସହାୟ ପିଲାଙ୍କୁ ଶିକ୍ଷା ସୁବିଧା ଯୋଗାଇବା ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନଦେବା ବୃଦ୍ଧ ବୃଦ୍ଧାଙ୍କୁ ସହାନୁଭୁତି ଓ ପ୍ରକୃତିର ସୁସ୍ଥ ସ୍ୱଚ୍ଛ ବାତାବରଣକୁ ବଜାୟ ରଖିବାରେ ସ୍ପ୍ରେଡ୍ ହେପିନେସ ଫାଉଣ୍ଡେସନର ଅତୁଳନୀୟ ଅବଦାନ ରହିଛି । ଯଥାସାଧ୍ୟ ପ୍ରଚେଷ୍ଟା ଓ ଆପ୍ରାଣ ଉଦ୍ୟମରେ ଆଜି ଏହି ଅନୁଷ୍ଠାନ ସଭିଙ୍କ ହୃଦୟ ଜିଣି ପାରିଛି ଓ ପ୍ରିୟଭାଜନର ପାତ୍ର ଭାବେ ମାନବିକତାର ଏକ ବିଶାଳ ପରିଚୟ ସୃଷ୍ଟି କରିପାରିଛି । ଆବାଳ ବୃଦ୍ଧବନୀତା ସମସ୍ତଙ୍କର ଆଶିର୍ବାଦରେ ଏହା ସମ୍ଭବପର ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ବିଧାୟକ ରବିନ୍ଦ୍ର ଢାଙ୍ଗେକର ଜନନେତା ଭଗବାନ ଶିଭରାମ ଭୈରାଟ ଓ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଧାୟକ ତଥା ସମାଜସେବାକୁ ନିଜର ପାଥେୟ କରିଥିବା ସୁନାମଧନ୍ୟ ସୁପରିଚିତ ସଭିଁଙ୍କ ଆଦରଣୀୟ ଜନନାୟକ ସୁପ୍ରତିଷ୍ଠିତ ମହାନ ବ୍ୟକ୍ତିତ୍ୱ ଓଡ଼ିଶାର ଗୌରବ ସମ୍ମାନନୀୟ ଶ୍ରୀମାନ ଶ୍ରୀଲୟ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତାଙ୍କ ଉପସ୍ଥିତିରେ ସ୍ପ୍ରେଡ୍ ହେପିନେସ ପରିବାର ଖୁସି ହେବା ସହିତ ନିଜକୁ ଧନ୍ୟମନେ କରିଥିଲେ ଓ ତାଙ୍କୁ ସସମ୍ମାନରେ ସୁସ୍ୱାଗତର ସହିତ ମଞ୍ଚାସିତ କରାଯାଇଥିଲା ଓ ଗୋପବନ୍ଧୁ ଆୱାର୍ଡ ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ପଟ୍ଟନାୟକ ସମାଜସେବାର ମାନ୍ୟତା ଓ ବିଶେଷ୍ୱତାକୁ ବୁଝାଇ ଗପୋବନ୍ଧୁଙ୍କ ଜୀବନୀକୁ ଉପସ୍ଥାପିତ କରି ଗପୋବନ୍ଧୁଙ୍କ ପରପୋକାରିତା ଭାବନାକୁ ବ୍ୟାଖା କରିଥିଲେ ଓ ମାନବ ସମାଜର ପରିବର୍ତ୍ତନର ଆବଶ୍ୟକତାକୁ ପ୍ରକାଶିତ କରିଥିଲେ । ସୁନ୍ଦର ମନମୁଗ୍ଧକର ବକ୍ତବ୍ୟ ମାଧ୍ୟମରେ ଶ୍ରୀ ପଟ୍ଟନାୟକ ସଭିଁଙ୍କୁ ଆକୃଷ୍ଟିତ କରିଥିଲେ । ସ୍ପ୍ରେଡ୍ ହେପିନେସ୍ ଦ୍ୱାରା ହୋଇଥିବା ରକ୍ତଦାନର ବିଶେଷ୍ୱତା ଓ ଉପକାରିତା ବିଷୟରେ ପର୍ଯ୍ୟାଲୋଚନା କରିଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପତ୍ରକାର ସାହିତ୍ୟିକ ଓ ଏନ୍.ଜି.ଓ ସଂଗଠନ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ । ସଂଗଠନର ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ର ନିଜର ତଥା ସଂଗଠନର ଇଚ୍ଛାଶକ୍ତି ଓ ସମାଜ ପ୍ରତି ଉଦ୍ଦେଶ୍ୟ ଓ ସଦ୍ଭାବନାକୁ ପ୍ରକଟ କରି ସମାଜର ମଙ୍ଗଳ ନିମନ୍ତେ ସର୍ବ ବର୍ଗର ଜନନେତା ଓ ସମାଜସେବୀ ମାନଙ୍କୁ ଏକତ୍ରିତ ଭାବେ ସଂଗଠିତ ହୋଇ କାର୍ଯ୍ୟ କରିବାପାଇଁ ଆହ୍ୱାନ କରିଥିଲେ । ସର୍ବ ଜନସାଧାରଣଙ୍କ ସଂପୃକ୍ତିରେ ହିଁ ପରିବର୍ତ୍ତନର ସମ୍ଭବ ଓ ସହଜସାଧ୍ୟ ହୋଇପାରିବ ବୋଲି ସେ ଦର୍ଶାଇଥିଲେ ।

ସଂଗଠନର ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ର, ସମ୍ପାଦକ ଆନନ୍ଦ ମହାପାତ୍ର , ଉପସଭାପତି ବୈଜୟନ୍ତି ବାରିକ୍ ଏହି ସଭାକୁ ସୁନ୍ଦରଭାବେ ସୁପରିଚାଳିତ କରିଥିଲେ । ବୁବନେଶ୍ୱର ସ୍ଥିତ ଫ୍ୟୁଚର ସଲ୍ୟୁସନ ସଫ୍ଟୱାର କମ୍ପାନିର ସିତେସ ପଟ୍ଟନାୟକ ତୁଷାର ମହାନ୍ତ ଏଥିରେ ମୁଖ୍ୟ ସହୋଯଗ କରିଥିଲେ । ଅକ୍ଷୟ ଜେନା, ବିଜୟ ବେହେରା, ଦୀପ୍ ମହାନ୍ତି , ବାଲାଜୀ ପାତ୍ର , ଶ୍ରୀକାନ୍ତ ପରିଡା ,ପ୍ରଦୀପ ବେହେରା , ଜୟନ୍ତ ଦୀପ୍ , ଇସା ମିଶ୍ର , ପ୍ରଣତି ମହାପାତ୍ର , ଇଶିତା ଭୁମକର , ସୋରଜ ରାଉଳ , ସତ୍ୟପ୍ରକାସ ଦାସ୍ , ଗଣେଶ ମହାନ୍ତି , ସଚ୍ଚି ଆଦି ସମସ୍ତ ସଦସ୍ୟମାନେ ଏଥିରେ ପୂର୍ଣ୍ଣ ସହୋଯଗ କରିଥିଲେ ଏବଂ ସିମ୍ବସିସ୍ ଓ ଜେ.ଏସ୍.ପି.ଏମ. କଲେଜର ଛାତ୍ର ଛାତ୍ରିମାନେ ସ୍ୱେଚ୍ଛାକୃତ ଭାବରେ ସହଭାଗି ହୋଇଥିଲେ । ୩୦ ଜଣ ସ୍ଵେଚ୍ଛାସେବୀଙ୍କୁ ଗୋପବନ୍ଧୁ ଆୱାର୍ଡ଼ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ପରିଶେଷରେ ଆନନ୍ଦ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସଫଳ ପୂର୍ବକ ସମାପନ କରିଥିଲେ ।

You might also like
Leave A Reply

Your email address will not be published.