Odia news portal

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର କାର୍ଯ୍ୟକାରୀ ସଭା ଅନୁଷ୍ଠିତ

ଭୁବନେଶ୍ୱର : ସାଧାରଣ ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ସଭାରେ ଆସନ୍ତା ୪.୧.୨୦୨୫ ରୁ ୮.୧.୨୦୨୫ ପର୍ଯ୍ୟନ୍ତ ଅଯୋଧ୍ୟାରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ପରି ଚାଳନା ପାଇଁ ଆଲୋଚନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଜଗନ୍ନାଥ ପ୍ରେମି ଓଡିଶାରୁ ଯୋଗ ଦେବେ ।

କାର୍ଯ୍ୟକାରୀ ବୈଠକରେ ଅନୁଷ୍ଠାନର ଆୟ ଓ ବ୍ୟୟ ବିଷୟରେ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା । ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ତାର ସପ୍ତମ ବାର୍ଷିକ ପାଳନ ଅବସରରେ ଅଧକ୍ଷ୍ୟ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ରାଧା ବଲ୍ଲଭ ମଠ ପୁରୀ କାର୍ଯ୍ୟକାରୀ ଅଧକ୍ଷ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଜାଗରଣ ସଭା ଫ୍ରେବୃଆରୀ ୮.୨.୨୦୨୫ ରୁ ୧୨.୨.୨୦୨୫ ଆର ସି ଏମ କଲେଜ, ଚକାଡୋଳା ବିହାର ଚନ୍ଦ୍ରଶେଖରପୁର ଭୁବନେଶ୍ୱରରେ କରିବା ପାଇଁ ସ୍ଥିର କରା ଯିବାକୁ ନିଷ୍ପତି ଗ୍ରହଣ କରାଗଲା ।

ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ କରାଯିବା ସହ ଓଡିଶାରେ ମହାପ୍ରଭୁଙ୍କ ସଂସ୍କୃତି ଆମ ସଂସ୍କୃତିର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ପ୍ରତେକ ଜିଲ୍ଲା କିମ୍ବା ଓଡିଶାର ବିଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟକ୍ରମ କରୁଥିବା ଅନୁଷ୍ଠାନକୁ ଏହି ରାଜ୍ୟସ୍ତରୀୟ ବୈଠକରେ ସାମିଲ କରାଯିବା ପାଇଁ ଚେଷ୍ଟା କରାଯିବ । ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ବହୁସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିବା ନିମନ୍ତେ ଆମର ବିନମ୍ର ଅନୁରୋଧ ।

ଆଜିର ବୈଠକରେ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଉପସଭାପତି ବୈକୁଣ୍ଠ ମହାପାତ୍ର, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, କୋଷାଧକ୍ଷ ସୁରେଶ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ରାମଚନ୍ଦ୍ର ମିଶ୍ର ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଅକ୍ଷୟ ସାହୁ ତନ୍ମୟ କୁମାର ସାହୁ ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇ ଥିଲେ, ପାଞ୍ଚରାତ୍ର ପ୍ରଚାର ସମିତି ର ସମସ୍ତ ବରିଷ୍ଠ ଶୀର୍ଷ ମଣ୍ଡଳୀ ର କାର୍ଯ୍ୟକର୍ତାଙ୍କ ମାନଙ୍କ ନେତୃତ୍ୱରେ ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ କରାଯିବ, ସାରା ଓଡିଶାରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଓ ସ୍କନ୍ଦ ପୁରାଣର ପ୍ରଚାର ହୋଇ ପାରିବ ଚେଷ୍ଟା କରାଯିବ । ଶ୍ରୀ ଜଗନ୍ନାଥଙ୍କ ଭଲ ପାଉଥବା ଭକ୍ତ ମାନଙ୍କୁ ମଧ୍ୟ ସାମିଲ କରଯିବା ନିମନ୍ତେ ନିଷ୍ପତି ଗ୍ରହଣ କରା ଯାଇ ଥିଲା ।

You might also like
Leave A Reply

Your email address will not be published.