Odia news portal

ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଲକ୍ଷ୍ମୀ ନାରାୟଣ ମନ୍ଦିର କମିଟି ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠତି

ଭୁବନେଶ୍ବର : ଆଜି ସମୟ ଗାଡିଆ କ୍ଲବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଲକ୍ଷ୍ମୀ ନାରାୟଣ ମନ୍ଦିର କମିଟି ପକ୍ଷରୁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠତି ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ।

ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ଅଖିଳ କୁମାର ସାହୁ ପରଶୁରାମ ପତି, ଶରତ ଦାଶ, ଚକ୍ରଧର ତ୍ରିପାଠୀ, ରାମ ଚନ୍ଦ୍ର ପାଢି, କ୍ଷୀରୋଦ ରାଉତରାୟ, କଲ୍ଯାଣ ପତି ଅଜିତ କାନୁନଗୋ, ପୂର୍ଣ୍ଣ ଚନ୍ଦ୍ର ରଥ, କ୍ଲବ ପକ୍ଷରୁ ସଭାପତି ଆରତ ରାଉଳ ସମ୍ପାଦକ ମାନସ ରଞ୍ଜନ ପତି, କାମେଶ୍ଵର ରାଓ ଶ୍ରିନିବାସ ରାଓ ଅନ୍ୟାନ୍ୟ କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

କଲୋନୀର ବାସିନ୍ଦା ମାନଙ୍କର ସଦୟ ଉପସ୍ଥିତ ଆମକୁ ଉତ୍ସାହିତ କରି ଥିଲା, ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ମେଡିସିନ ଡାକ୍ତର, ଦାନ୍ତ ଡାକ୍ତର, ଆଖି ଡାକ୍ତର, ହୋମିଓପାଥି ଡାକ୍ତର, ଇ ଏନ ଟି ଡାକ୍ତର, ଓ ଡାଇବେଟିସ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରା ଯାଇଥିଲା ।

ସମସ୍ତ କାର୍ଯ୍ୟକ୍ରମ ନିଶୁଳ୍କ ଥିଲା ଏଣୁ ଆପଣ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଥିବାରୁ ପରିଷଦ ପକ୍ଷରୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଶେଷ କରାଯାଇ ଥିଲା ।

You might also like
Leave A Reply

Your email address will not be published.