Odia news portal

ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ


ଭୁବନେଶ୍ୱର, (ଚକ୍ରଧର ମାଝି) : ମା’ ତାଳପଦେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର ତରଫରୁ ତା’ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଆହ୍ୱାନ କରିଥିଲେ ଯେ, ଏହି ଯୁବକ ମାନଙ୍କ ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ।

ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ରାଜ୍ୟ କାର୍ଯ୍ୟକ୍ରମ ସମ୍ପାଦକ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଜିର ଶିଶୁକୁ ଏକ ସୁନ୍ଦର ପରିବେଶ ମଧ୍ୟରେ ଗଠନ କରିବାକୁ ହେଲେ ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଧାରାବାହିକ ଅଭିନେତା ଶ୍ରୀ ଲିକୁନ ଚୌଧୁରୀ, ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି, ଫ୍ୟୁଚର ଓଡ଼ିଶା ସମ୍ପାଦକ ଅଂଶୁମାନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ସେବାକେନ୍ଦ୍ରର ସମ୍ପାଦକ ବାପି ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱେଚ୍ଛାସେବୀ ସ୍ମୃତିରେଖା କର ଧନ୍ୟବାଦ ଅର୍ପଣ କରିଥିଲେ । ମନୋସ୍ମିତା ପଟ୍ଟନାୟକ ଓ ଭାଗ୍ୟଲକ୍ଷ୍ମୀ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

You might also like
Leave A Reply

Your email address will not be published.