Odia news portal

ସର୍ବଭାରତୀୟ ଅଭ୍ୟାସରତ ମୂଲ୍ୟାୟନକାରୀ ସଂଘର ରୌପ୍ୟ ଜୟନ୍ତି ପାଳନ

ଭୁବନେଶ୍ବର : ସ୍ଥାନୀୟ ହୋଟେଲ୍ ପ୍ରେସିଡେନ୍ସିରେ ସର୍ବଭାରତୀୟ ଅଭ୍ୟାସରତ ମୂଲ୍ୟାୟନକାରୀ ସଂଘର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ରୌପ୍ୟ ଜୟନ୍ତି ପାଳିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାନସଭା ସଦସ୍ୟ ଡଃ
ଅରବିନ୍ଦ ଢ଼ାଲି,

ମାନନୀୟା ଭୁବନେଶ୍ବର ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତି ସୁଲୋଚନା ଦାସ ପ୍ରମୁଖ ଯୋଗଦାନ କରି ଉକ୍ତ ଉତ୍ସବକୁ ଉଦଘାଟନ କରିଥିଲେ ଏବଂ ଏହି ସର୍ବ ଭାରତୀୟସ୍ତରୀୟ ଅଭ୍ୟାସରତ ମୂଲ୍ୟାୟନକାରୀ ଓଡ଼ିଶା ଶାଖାକୁ ଆନୁଷ୍ଠାନିକ ଭାବରେ ମଧ୍ୟ ଉଦ୍ ଘାଟନ କରି ଉକ୍ତ ଶାଖାର ମୁଖ୍ୟ ହିସାବରେ ଇଂ(ଡଃ)ସୁନିଲ୍ କୁମାର ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଇଥିଲେ।

ଉକ୍ତ ଉତ୍ସବରେ ଭାରତର ବିଭିନ୍ନ କୋଣ ଅନୁକୋଣରୁ ବହୁ ଅଭିଜ୍ଞ ମୂଲ୍ୟାୟନକାରୀ ତଥା ସର୍ବ ଭାରତୀୟ ମୂଲ୍ୟାୟନକାରୀ ସଂସ୍ଥାର ଅଧକ୍ଷ, ସଭାପତି, ସଂପାଦକ, କୋଷାଧ୍ୟକ୍ଷ ଯୋଗଦାନ କରିଥିଲେ ।

You might also like
Leave A Reply

Your email address will not be published.