Odia news portal

ଆପୋଲୋ ହସପିଟାଲରେ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ପାଳିତ

ଭୁବନେଶ୍ବର : ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ସଡ଼କ ଦୁର୍ଘଟଣା ନିରାପତ୍ତା ଏବଂ ଦୁର୍ଘଟଣାସ୍ଥଳରେ ମୌଳିକ ଲାଇଫ୍ ସପୋର୍ଟ ପ୍ରଶିକ୍ଷଣ ସମ୍ପର୍କରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ପ୍ରଥମ ସପ୍ତାହକୁ ଅସ୍ଥି ଓ ଗଣ୍ଠି ସପ୍ତାହ ଭାବେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ନାଗରିକ ମଞ୍ଚ ଆଦି ବିଭିନ୍ନ ଗୋଷ୍ଠୀକୁ ମୌଳିକ ଜୀବନ ସହାୟତା ପ୍ରଶିକ୍ଷଣ ପ୍ରଦାନ କରାଯାଏ। ଚଳିତ ବର୍ଷ ଏହାର ଥ୍ମ୍ ରହିଛି ‘ପ୍ରତ୍ୟେକ ବ୍ୟକ୍ତି ଜଣଙ୍କୁ ଶିଖାନ୍ତୁ ଏବଂ ଜଣଙ୍କୁ ବଞ୍ଚାନ୍ତୁ’ ଏବଂ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ବଞ୍ଚାଇବା ଏହାର ମିଶନ।

ସଡ଼କ ଟ୍ରାଫିକ୍ ନିରାପତ୍ତା ଓ ହାଡ଼ ଓ ଗଣ୍ଠି ସ୍ବାସ୍ଥ୍ୟ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନ୍ (ଇଣ୍ଡିଆନ୍ ଅର୍ଥୋପେଡିକ୍ ଆସୋସିଏସନର ରାଜ୍ୟ ଶାଖା) ପକ୍ଷରୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ସାଇକ୍ଲୋଥନ୍ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଆପୋଲୋ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଦେବବ୍ରତ ପାଢ଼ୀ ସଂଯୋଜନା କରିଥିଲେ। ପୂର୍ବତନ ସାଂସଦ ତଥା ଦକ୍ଷ ସାଇକେଲ ଚାଳକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇଥିବା ବେଳେ ଆପୋଲୋ ହସ୍ପିଟାଲର ସିଓଓ ଅଧ୍ୟକ୍ଷତା କରିଥିଲେ।

ଏଥୁରେ ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନର ସମ୍ପାଦକ ଡାକ୍ତର ବସନ୍ତ କୁମାର ବେହେରା, ଡାକ୍ତର ଆରକେ ମହାପାତ୍ର, ଡାକୁର କେଆର ମହାପାତ୍ର, ଡାକ୍ତର ପିସି ଦେ, ଡାକୁର ଏକେ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଡ. ଦେବବ୍ରତ ପାଢ଼ୀ ଅତିଥୁ ପରିଚୟ ପ୍ରଦାନ କରିବା ସହ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସର ମହତ୍ତ୍ବ ଏବଂ ଜୀବନ ରକ୍ଷା ପାଇଁ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସାଇକ୍ଲୋଥନର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ।

ସମସ୍ତଙ୍କ ହାଡ଼ ଓ ଗଣ୍ଠି ସ୍ବାସ୍ଥ୍ୟ ଓ ସଡ଼କ ଦୁର୍ଘଟଣା ରୋକିବା ଉପରେ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଗୁରୁତ୍ବାରୋପ କରିଥିଲେ। ଡାକ୍ତର ଆଲୋକ ଶ୍ରୀବାସ୍ତବ ଟ୍ରାଫିକ୍ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା, ଦୁର୍ଘଟଣା ରୋକିବା ଏବଂ ସେମାନଙ୍କୁ ମୌଳିକ ଲାଇଫ୍ ସପୋର୍ଟରେ ପ୍ରଶିକ୍ଷଣ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ସହିତ ସମାନ କାର୍ଯ୍ୟକ୍ରମ ଆୟୋଜନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞମାନେ ମଧ୍ୟ ବକ୍ତବ୍ୟ ରଖୁଥିଲେ। ଏହି କାର୍ଯ୍ୟକ୍ରମରେ ୪୦ ଜଣ ସାଇକେଲ ଚାଳକ ସମସ୍ତ ଅସ୍ଥିଶଲ୍ୟ ଚିକିତ୍ସକ ଯୋଗଦେଇ ସଡ଼କ ଦୁର୍ଘଟଣା ରୋକିବା ସହ ମୌଳିକ ଜୀବନ ସହାୟତା ପାଇଁ ପ୍ରଶିକ୍ଷଣ ଦେବାର ବାର୍ତ୍ତା ସମାଜରେ ବ୍ୟାପକ କରନ୍ତୁ।

You might also like
Leave A Reply

Your email address will not be published.