Odia news portal

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଆରଡି ବିଶ୍ୱବିଦ୍ୟାଳୟ ଏବଂ ଡିଏସଟି ମଧ୍ୟରେ ଚୁକ୍ତି

ଭୁବନେଶ୍ୱର : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ ଆଗେଇ ଆସିଛନ୍ତି ରମାଦେବୀ ବିଶ୍ଵବିଦ୍ୟାଳୟ ଏବଂ ଡାଇଭର୍ସ ସୋସାଇଟି ଟ୍ରଷ୍ଟ । ଏହି ଛାତ୍ରଛାତ୍ରଙ୍କ ଦକ୍ଷତା ବିକାଶ କିପରି ହେବ ସେଥିପାଇଁ ରମାଦେବୀ ବିଶ୍ଵବିଦ୍ୟାଳୟ ଏବଂ ଡାଇଭର୍ସ ସୋସାଇଟି ଟ୍ରଷ୍ଟ ମଧ୍ୟରେ ଏକ ଏମଓୟୁ ସାକ୍ଷର ହୋଇଛି ।

ଦୁଇ ବର୍ଷ ପାଇଁ ଏହି ଚୁକ୍ତି ସାକ୍ଷର ହୋଇଥିବା ବେଳେ ଏଥିରେ ଡିଏସଟିର ଟ୍ରଷ୍ଟି ଅର୍ଚନା ମିଶ୍ର, ରମାଦେବୀ ବିଶ୍ୱବିଦ୍ୟାଳୟର ଭିସି ପ୍ରଫେସର ଅପରାଜିତା ଚୌଧୁରୀ, ପିଜି କାଉନସିଲର ମୁଖ୍ୟ ପ୍ରଫେସର ଚଣ୍ଡୀ ଚରଣ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଏମଓୟୁ ଅନୁସାରେ ଦିବ୍ୟାଙ୍ଗ, ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଦକ୍ଷତା ଏବଂ କ୍ୟାରିୟରର ବିକାଶ ଦିଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ. ଏହା ସହ ସେମାନଙ୍କ ପାଇଁ ବିଭିନ୍ନ କର୍ପୋରେଟ ସେକ୍ଟରରେ ନିଯୁକ୍ତି ସୃଷ୍ଟି ସହ ଦକ୍ଷତା ଅନୁଯାୟୀ ମଧ୍ୟ କର୍ମନିଯୁକ୍ତି ଯୋଗାଇ ଦିଆଯିବ ।

ଏହି କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସେମାନେ କିପରି ନିଜେ ସ୍ୱାବଲମ୍ବୀ ହେବେ ଏବଂ ସେମାନଙ୍କ ଦକ୍ଷତାରେ ବିକାଶ ହେବ ବୋଲି ଉପସ୍ଥିତ ଅତିଥିମାନେ କହିଛନ୍ତି ।

You might also like
Leave A Reply

Your email address will not be published.