Odia news portal

ବିଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍‌ର ପ୍ରୟାସ ଅଭିନନ୍ଦନୀୟ

ଭୁବନେଶ୍ୱର : ଡାକ୍ତରମାନେ ହେଉଛନ୍ତି ଭଗବାନ ସଦୃଶ । ରୋଗୀ ସେବା ସେମାନଙ୍କ ପରମ କର୍ତ୍ତବ୍ୟ । ଏହି କ୍ରମରେ ବିଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଓ ଅଭିପ୍ସା ପୂରଣ ପାଇଁ ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍ ପ୍ରା.ଲିଃ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସଂସ୍ଥା ପକ୍ଷରୁ ରବିବାର ଜୟଦେବ ଭବନରେ ଆୟୋଜିତ ବାର୍ଷିକ ସେମିନାର୍‌ରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଛନ୍ତି । ସେମାନେ କହିଥିଲେ ଯେ ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ ପାଇଁ ବହୁ ଶିକ୍ଷାର୍ଥୀ ସ୍ୱପ୍ନଭିଳାଷୀ ହୋଇଉଠିଥାନ୍ତି ଯାହାକି ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍ ନିର୍ବାହ କରିବାରେ ସମର୍ଥ ହୋଇପାରିଛି । ଏ କ୍ଷେତ୍ରରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅବଦୁଲ ଜାହିର୍‌ଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ, ଚିନ୍ତାଧାରା ବିଦେଶରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୂୂରପ୍ରସାରୀ କରିବାରେ ସମର୍ଥ ହୋଇପାରିଛି ।

ଏହି ସେମିନାର୍‌ରେ ଖ୍ୟାତିସଂପନ୍ନ ଡାକ୍ତର, ଶିକ୍ଷାବିତ୍ ଓ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତି ତଥା ସେମାନଙ୍କ ସୁଚିନ୍ତିତ ମତାମତ ଏହି ସେମିନାର୍‌କୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ସହାୟକ ହୋଇପାରିଛି । ବର୍ଷ ବର୍ଷ ଧରି ବିଦେଶରେ ମେଡିକାଲ ଶିକ୍ଷା ପାଇଁ ଏହି ଅନୁଷ୍ଠାନ ଆଗ୍ରହୀ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ସହଯୋଗ ଯୋଗାଇ ଆସୁଛି । ପୃଥିବୀର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ମେଡିକାଲ ଶିକ୍ଷା ଗ୍ରହଣ କରିବା ସହ ଗତ ୧୦ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଫରେନ୍ ମେଡିକାଲ ଗ୍ରାଜୁଏସନ୍ ଏକଜାମିନେସନ୍‌ରେ କୃତିତ୍ୱ ହାସଲ କରି ଓଡ଼ିଶାର ସରକାରୀ ଓ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ପାଇ ସୁଚାରୁରୂପେ ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି ।

ବିଦେଶରେ ମେଡିକାଲ ଶିକ୍ଷା ସଂପର୍କ ସହ ସେଠାକାର ସଂସ୍କୃତି ଓ ଚାଲିଚଳଣି ସମ୍ପର୍କରେ ଆଗ୍ରହୀ ଶିକ୍ଷାର୍ଥୀମାନଙ୍କୁ ସମ୍ୟକ୍ ସୂଚନା ଦେବା ଏହି ସେମିନାର୍‌ର ମୁଖ୍ୟ ଉଦ୍ଦେଶ୍ୟ । ପରିଚାଳନା ନିର୍ଦ୍ଦେଶକ ଅବଦୁଲ୍ ଜାହିର ତାଙ୍କ ପ୍ରାରମ୍ଭିକ ସୂଚନାରେ କହିଥିଲେ ଯେ ଡାକ୍ତରୀ ଶିକ୍ଷାର୍ଥୀ ବଡ଼ ସ୍ୱପ୍ନ ଦେଖିବା ଉଚିତ୍ । କେବଳ ବିଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ନୁହେଁ ସେଠାକାର ସଂସ୍କୃତି, ଭାବଧାରା ଓ ଚାଲିଚଳଣି ସହିତ ନିଜକୁ ସାମିଲ୍ କରିବା ସମ୍ପର୍କରେ ମଧ୍ୟ ଅବଗତ ହେବା ଜରୁରୀ ।

ଏହି ସେମିନାରରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରୁ ଯୋଗ ଦେଇଥିବା ମାନ୍ୟଗଣ୍ୟ ଅତିଥିମାନେ ସେମାନଙ୍କ ଚିନ୍ତାଧାରା ଓ ଅଭିଜ୍ଞତା ଉପରେ ଆଲୋକପାତ କରିଥିଲେ । ସେମାନଙ୍କ ପ୍ରେରଣାଦାୟକ ମତାମତ ଡାକ୍ତରୀ ଶିକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ କରିବା ସହ କର୍ମକ୍ଷେତ୍ରରେ ଆଗେଇବା ପାଇଁ ପ୍ରେରଣା ଯୋଗାଇବ ।

ଏହି ସେମିନାର୍‌ରେ ମୁଖ୍ୟ ଅତିଥି ଭାବେ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ଶିଶୁ ବିଭାକର ପ୍ରଫେସର ଡାକ୍ତର ସୁନୀଲ କୁମାର ଅଗ୍ରୱାଲ, ବକ୍ତାଭାବେ ବୁର୍ଲା ଏମ୍‌ସିଏଲ୍ ଡିଏଭି ସ୍କୁଲ ଅଧ୍ୟକ୍ଷ ରଶ୍ମି ମିଶ୍ର ଏବଂ ଉଦ୍ୟୋଗୀ ଓ ସ୍ୱେଚ୍ଛାସେବୀ ସେକ୍ ସକିଲ୍ ଉରୁ ରହେମାନ୍‌, ସଂସ୍ଥାର ଏମ୍‌ଡି ଅବଦୁଲ୍ ଜାହିର ଏବଂ ନିର୍ଦ୍ଦେଶକ ସେକ୍ ଅସଫର ଆଲାମ୍‌ଙ୍କ ଉପସ୍ଥିତି ଏହି ସେମିନାର୍‌ର ସଫଳତାକୁ ଶୀର୍ଷରେ ପହଞ୍ଚାଇଥିଲା ।

ଏହି ସେମିନାର୍‌ରେ ବହୁ ଡାକ୍ତର, ଶିକ୍ଷାବିତ୍‌, ସ୍ୱେଚ୍ଛାସେବୀଙ୍କ ଯୋଗଦାନ ତଥା ସେମାନଙ୍କ ସୁଚିନ୍ତିତ ପରାମର୍ଶ ଉନ୍ନତମାନର ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହେବ । ବିଦେଶରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ଡାକ୍ତରଙ୍କ ଯୋଗଦାନ ଏହି ସେମିନାରକୁ ଅଧିକ ଆକର୍ଷଣୀୟ କରିଥିଲା ।

You might also like
Leave A Reply

Your email address will not be published.