ଭୁବନେଶ୍ୱର : ଚନ୍ଦକା ପୋଲିସ ଷ୍ଟେସନରୁ ଖବର ପାଇବା ପରେ ଦୁଇଟି ଅଚିହ୍ନା ଶବ ସତ୍କାର ପାଇଁ ଆଜି ସମସ୍ତ ସହାୟତା ଯୋଗାଇଛି ଓଡ଼ିଶା-ମୋ ପରିବାର । ସୂଚନାଯୋଗ୍ୟ, ଗତ ଜାନୁଆରୀ ୮ତାରିଖରେ ଚନ୍ଦକାରେ ଥିବା ଏକ ସ୍ଵେଚ୍ଛାସେବୀ ସଂଗଠନ ଓଡ଼ିଶା ପତିତା ଉଦ୍ଧାର ସମିତିରେ ରହୁଥିବା ୨ ଜଣ ବୃଦ୍ଧା,ଅଇଁଠା (ଯିଏକି ମାନସିକ ସ୍ତରରେ ଭିନ୍ନକ୍ଷମ ଥିଲେ) ଏବଂ ସୁଚିତ୍ରାଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।
ସେମାନଙ୍କର କୌଣସି ପରିବାର ସଦସ୍ୟଙ୍କ ବିଷୟରେ କିଛି ସୂଚନା ନ ମିଳିପାରିବାରୁ , ଦୀର୍ଘ ୭୨ ଘଣ୍ଟା ମୃତଦେହ ହସ୍ପିଟାଲରେ ପଡ଼ିରହିଥିଲା । ସମ୍ପୃକ୍ତ ସ୍ଵେଚ୍ଛାସେବୀ ସଂଗଠନ ଏ ସମ୍ପର୍କରେ ଚନ୍ଦକା ପୋଲିସର ସହାୟତା ଲୋଡ଼ିବା ପରେ ସେମାନେ ଓଡ଼ିଶା- ମୋ ପରିବାରକୁ ସୂଚନା ଦେଇଥିଲେ ।
ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା- ମୋ ପରିବାର) ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଏବଂ ଓଡ଼ିଶା ପତିତା ଉଦ୍ଧାର ସମିତିର ସଦସ୍ୟ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।