Odia news portal

କାହ୍ନୁ ଖୋଜୁଛି ସହାୟତା, ଜୀବନ ଯୁଦ୍ଧରେ ଯୋଦ୍ଧା ଭାବେ ଲଢି ଚାଲିଛି କାହ୍ନୁ

ଟାଙ୍ଗୀ : କାହ୍ନୁ ଖୋଜୁଛି ସହାୟତା। ଦୁର୍ଘଟଣାରେ ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି କାହ୍ନୁ। ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚାଲିଛି କାହ୍ନୁର ଚିକିତ୍ସା। କିନ୍ତୁ ଉନ୍ନତ ଚିକିତ୍ସା ପାଇଁ ତା ପାଖରେ ଅର୍ଥ ସାଜିଛି ବାଧକ । ଏଣୁ କାହ୍ନୁର ସାଙ୍ଗ ସାଥୀ ଓ ଆତ୍ମୀୟ ସ୍ବଜନ କିଛି ସାହାଯ୍ୟ କରିବା ପାଇଁ ଜନସାଧାଣରେ ଅନୁରୋଧ କରିଛନ୍ତି।

ବିଗତ ପାଞ୍ଚ ଦିନ ତଳେ ଖୋର୍ଦ୍ଧା ମଳିପଡ଼ା ନିକଟରେ ଦୁର୍ଘଟଣାର ଶିକାର ହାଇ ଗୁରୁତର ହୋଇଥିଲେ ନୟାଗଡ଼ ଜିଲ୍ଲା ଚାନ୍ଦପୁରର କାହ୍ନୁ ଚରଣ ସୁବୁଦ୍ଧି। କାହ୍ନୁଙ୍କୁ ତୁରନ୍ତ ଭୁବନେଶ୍ବରର ଏକ ଘରୋଇ ଡା.ରଖାନାରେ ଭର୍ତ୍ତି କରାଯାଇଥିଲା। ଯେହେତୁ ଦୁର୍ଘଟଣାରେ ଶରୀରର ଅନେକ ଅଙ୍ଗ ଅକାମୀ ହୋଇଛି ତେଣୁ ଅପରେସନ ବାବଦକୁ ପାଖାପାଖି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। କିନ୍ତୁ କାହ୍ନୁର ପରିବାର ଆର୍ଥିକ ସ୍ବଚ୍ଛଳ ହୋଇନଥିବାରୁ ତାର ଚିକିତ୍ସା ପାଇଁ ଜନସାଧାରଣ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।

କାହ୍ନୁର ଚିକିତ୍ସା ନିମନ୍ତେ ଚାନ୍ଦପୁର ଅଞ୍ଚଳର ଯୁବ ଗୋଷ୍ଠୀ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଚାନ୍ଦପୁରର ବିଭିନ୍ନ ସାହି ପରିକ୍ରମା କରି କାହ୍ନୁ ପାଇଁ ଅର୍ଥ ଯୋଗାଡ଼ କରିବାରେ ଲାଗିଛନ୍ତି। ଯଦି ପ୍ରତ୍ୟେକ ଲୋକ ସକ୍ଷମ ଅନୁସାରେ କିଛି ନା କିଛି ସାହାଯ୍ୟ କରିବାକୁ ଆଗେଇ ଆସିବେ ତେବେ କାହ୍ନୁ ଏକ ନୂଆ ଜୀବନ ପାଇ ପାରନ୍ତା ବୋଲି ଚାନ୍ଦପୁରର ଯୁବ ଗୋଷ୍ଠୀ କହିଛନ୍ତି।

ତେବେ କହିରଖୁଛି, ଏହି କାହ୍ନୁ କୋଭିଡ଼ ସମୟରେ କୋଭିଡ଼ ଯୋଦ୍ଧା ସାଜି ଅନେକ କୋଭିଡ଼ ରୋଗୀଙ୍କ ନିକଟରେ ଅକ୍ସିଜେନ ପହଞ୍ଚାଇ ଗୁରୁତରରୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଛି। ଆଜି ସେହି କାହ୍ନୁ ଜୀବନ ଯୁଦ୍ଧରେ ଯୋଦ୍ଧା ଭାବେ ଲଢି ଚାଲିଛି । ତାର ଏହି ଲଢେଇରେ ଆପଣମାନଙ୍କ ସହଯୋଗ ରହିଲେ ସେ ନିଶ୍ଚୟ ଜିତିପାରିବ । ଆପଣ ଯଦି କାହ୍ନୁକୁ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଏହି ନମ୍ବରରେ ଯୋଗଯୋଗ କରିପାରିବେ।

Name:-Kanhu charan Subudhi

C/o- Krushna Chandra Subudhi

Village :- Chandpur, Nayagarh

State Bank Of India

A/c No- 35968768609

Ifsc code-SBIN0007343

Phone Pe No- 6370969069

You might also like

Leave A Reply

Your email address will not be published.

fourteen − thirteen =