ବୁଗୁଡ଼ା : ବୁଧବାର ଦିବା ୧୨ଘଟିକା ସମୟରେ ଗଞାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଘୁନାଥ ପଣ୍ଡା ଏବଂ ରାଜ୍ୟ ସମ୍ପାଦକ ଦୁର୍ଗାମାଧବ ପଣ୍ଡାଙ୍କ ନେତୃତ୍ୱରେ ଗଞାମ ଜିଲ୍ଲା ଅନ୍ତଃଗତ ପୋଲସରା ବ୍ଲକର ମନ୍ଦାର ଗ୍ରାମ ଠାରେ ଉତ୍କଳ ହିନ୍ଦୁ ସେବକ ସଂଘ ଗଞାମ ତରଫରୁ ଏକ (ବନ୍ଧୁ ମିଳନ)କାଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଞାମ ଜିଲ୍ଲାର ବିଶିଷ୍ଟ ଯୁବ ସମାଜସେବୀ ଶ୍ରୀଯୁକ୍ତ ପ୍ରଭାକର ପଣ୍ଡା,ସମ୍ମାନୀୟ ଅତିଥି ଭାବେ ସଂଘର ରାଜ୍ୟ ସଭାପତି ଶ୍ରୀ ସୋମନାଥ ରାଉତ, ସଂଘର ରାଜ୍ୟ ସଂମ୍ପାଦକ ଶ୍ରୀ ଦୁଗା ମାଧବ ପଣ୍ଡା, ମନ୍ଦାର ସମବାୟ ସମିତି ସମ୍ପାଦକ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ତୁଷାର ରଥ ଯୋଗଦେଇ କାଯ୍ୟକ୍ରମକୁ ସଫଳ କରିଥିଲେ, ଶ୍ରୀଯୁକ୍ତ ପ୍ରଭାକର ପଣ୍ଡାଙ୍କୁ ସଂଘର ଜିଲ୍ଲା ମୁଖ୍ୟ ଉପଦେଷ୍ଡା ଚୟନ କରିବା ସହିତ ପୋଲସରା ଓ ବୁଗୁଡାର ବ୍ଲକ କମିଟି ଘୋଷଣା ହେବାପରେ ଆଗମୀ ଦିନରେ ସଂଘ ତରଫରୁ ହବାକୁ ଥିବା (ବିଶ୍ବ ଶାନ୍ତି ମହାଯଞ)କୁ ସଫଳ କରିବାପାଇଁ ଆଲୋଚନା ହୋଇଥିଲାI
(ବୁଗୁଡ଼ାରୁ ସୁର୍ଯ ନାରାୟଣ ଜେନାଙ୍କ ରିପୋର୍ଟ୍)