Odia news portal

ୱାର୍ଡ ନଂ – ୩୬ରେ ଡେଙ୍ଗୁ ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ବର୍ତମାନ ସମୟରେ ଡେଙ୍ଗୁ ମହାବ୍ୟାଧି ସହରରେ ନିଜ କାୟା ବିସ୍ତାର କରିସାରିଲାଣି । ୭୦୦ ରୁ ଉର୍ଦ୍ଧ ଲୋକ ଏହି ବ୍ୟାଧିରେ ଆକ୍ରାନ୍ତ । ଏହି ପରିପ୍ରେକ୍ଷୀରେ ଯୁବ ଉତ୍କଳ ଫାଉଣ୍ଡେସନ ତରଫରୁ ୱାର୍ଡ଼ ନଂ – ୩୬ରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉପଲକ୍ଷେ ଏକ ସଚେତନତା ଗାଡ଼ି ୱର୍ଡ ମଧ୍ୟରେ ପରିକ୍ରମା କରି ମଶା ଧୂଆଁ ଛଡାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୁର୍ବତନ କର୍ପୋରେଟର ଶ୍ରୀ ନରେନ୍ ସାହୁ, ଜଣାଶୁଣା ସମାଜସେବୀ ଉମାନାଥ ମିଶ୍ର, ୱାର୍ଡ ସଭାପତି ଶିବ ସୁଆର, ସମ୍ପାଦକ ଶେଖ୍ ତସବୀର, ସମାଜସେବୀ ସନାତନ ପୃଷ୍ଟି ରାମଚନ୍ଦ୍ର ପଣ୍ଡା, ମାଧବାନନ୍ଦ ଦାସ, ସୁବାସ ଦାସ, ଶ୍ରୀମତୀ ନି଼ୟତି ଗିରି ଓ ଅନେକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିବା ସହ ଯୁବ ଉତ୍କଳ ଫାଉଣ୍ଡେସନର ଫାଉଣ୍ଡର ଦେବାଶିଷ ଜେନା ଓ ତାଙ୍କର ସହକର୍ମୀ ସଂଜୟ, ଚନ୍ଦନ, କାଳିଆ, କାହ୍ନା, ଅଜିତ ମାନଙ୍କୁ ୱାଡ ବାସିନ୍ଦାଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରାଯାଇଛି।

You might also like

Leave A Reply

Your email address will not be published.

20 − 3 =