Odia news portal

ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍‌ କରି ଚର୍ଚ୍ଚାରେ ଶ୍ରଦ୍ଧା

ମୁମ୍ବାଇ : ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍‌ କରି ଖବରରେ ଅଛନ୍ତି ଶ୍ରଦ୍ଧା କପୁର । ପ୍ରଥମେ ଲଭ୍‌ ରଞ୍ଜନଙ୍କ ଅପ୍‌କମିଙ୍ଗ ଫିଲ୍ମ, ତା’ପରେ ‘ଚାଲ୍‌ବାଜ୍‌ ଇନ୍‌ ଲଣ୍ଡନ’ ସାଇନ୍‌ କରିବା ପରେ ଆଉ ଏକ ପ୍ରୋଜେକ୍ଟ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ଶ୍ରଦ୍ଧା । ଏକ ରୋମାଣ୍ଟିକ୍‌ କମେଡି ଫିଲ୍ମରେ ଶ୍ରଦ୍ଧା ନଜର ଆସିବେ, ଯାହା ଜ୍ୟାକି ଭାଗନାନିଙ୍କ ପୂଜା ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ୍‌ ହାଉସ୍‌ ଦ୍ୱାରା ପ୍ରସ୍ତୁତ ହେବ ।

ଜ୍ୟାକି ଓ ଶ୍ରଦ୍ଧାଙ୍କ ମଧ୍ୟରେ ଗତ କିଛି ମାସ ଧରି ଏ ନେଇ କଥାବାର୍ତ୍ତା ଚାଲିଛି । ଏବେ ଉଭୟ ଏହି ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ରାଜି ଥିବା ଜଣାଇଛନ୍ତି ଶ୍ରଦ୍ଧା ଏବେ ଜ୍ୟାକିଙ୍କ ସହ ଦୁଇଟି ଫିଲ୍ମ ବିଷୟରେ ଚର୍ଚ୍ଚା କରୁଛନ୍ତି । ଗତ ବର୍ଷ କୌଣସିଟିର ନିଷ୍କର୍ଷ ବାହାରି ପାରିଲା ନାହିଁ । ଏବେ କିନ୍ତୁ ଉଭୟ ଖୋଜୁଥିବା କାହାଣୀ ପାଇଛନ୍ତି । ଯଦି ସବୁ ଠିକ୍‌ଠାକ୍‌ ରହେ, ତେବେ ଚଳିତ ବର୍ଷ ଶ୍ରଦ୍ଧା ଏହି ଫିଲ୍ମର ସୁଟିଂ ଆରମ୍ଭ କରିପାରନ୍ତି । ମୁଦସର ଅଜିଜ୍‌ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବେ ଏବଂ ଜ୍ୟାକି ଏହାର ପ୍ରଡକ୍ସନ୍‌ କାମ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି ।

ଏହି ଫିଲ୍ମ ଜରିଆରେ ଶ୍ରଦ୍ଧା ପୁଣି ଥରେ ରାଜକୁମାର ରାଓଙ୍କ ସହ ସ୍କ୍ରିନ୍‌ ଶେୟାର କରିପାରନ୍ତି । ମୁଦସରଙ୍କ ସବୁ ଫିଲ୍ମ ଭଳି ଏଇଟି କମେଡି ପ୍ରୋଜେକ୍ଟ ହେବ, କିନ୍ତୁ ଦର୍ଶକଙ୍କୁ କମେଡି ଜରିଆରେ ଏକ ଶକ୍ତିଶାଳୀ ବାର୍ତ୍ତା ଦେବ । ଜ୍ୟାକିଙ୍କ ପ୍ରଡକ୍ସନ୍‌ ହାଉସ୍‌ ସହ ଯୋଡ଼ିହେବାକୁ ଶ୍ରଦ୍ଧା ବହୁତ ଇଚ୍ଛୁକ ଥିଲେ ହେଁ, ଫିଲ୍ମ ସାଇନ୍‌ ବିଷୟରେ କିଛି ଘୋଷଣା କରିନାହାନ୍ତି । ତେବେ ଜ୍ୟାକି ପୂର୍ବରୁ ନିଜର ଏକ ପ୍ରୋଜେକ୍ଟରେ ଶ୍ରଦ୍ଧା-ରାଜକୁମାରଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ । ତେଣୁ ଏ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

You might also like

Leave A Reply

Your email address will not be published.

13 + twelve =