Odia news portal

‘ମନ ମୋର କାଗଜ ଗୁଡ଼ି’ର ସ୍ୱତନ୍ତ୍ର ପ୍ରଦର୍ଶନ

ଭୁବନେଶ୍ୱର : ସୁମିତ୍ରା ଏଣ୍ଟରନେଟମେଣ୍ଟ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ର ସ୍ୱତନ୍ତ୍ର ସଂଖ୍ୟା ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମ ଲୋକମାନଙ୍କ ସହିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ବିଭାଗର ଯୁଗ୍ମ ସଚିବ ଦେବୀପ୍ରସାଦ ଦାସ ଯୋଗ ଦେଇ ପ୍ରତ୍ୟେକ ସିନେମା ଆମ ଭାଷା ଓ ସଂସ୍କୃତି ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି କହିଥିଲେ ।

ସ୍ୱତନ୍ତ୍ର ଅତିଥି ଭାବେ ବିଜେପିର ବରି ନେତା ଜଗନ୍ନାଥ ପ୍ରଧାନ ଯୋଗଦେଇ ସିନେମାର କାହାଣୀ ସମାଜ ପାଇଁ ଆଇନା ସଦୃଶ ବୋଲି କହିଥିଲେ । ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକଙ୍କ ପ୍ରଯୋଜନାରେ ଦେବଜ୍ୟାତି ପାତ୍ର ଏହି ଚଳଚ୍ଚିତ୍ରର ଉଭୟ ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି ।

ଉତ୍ସବରେ ମମତା ଦାସ, ଦେବି ବାରିକ, ସୁବ୍ରତ ଜେନା, ଶ୍ରୀକୁମାର ଜେନା, ପ୍ରୀତି, ଲିପୁନ, କାହ୍ନା, ଜିତୁ ଏବଂ ବୁଲନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.