Odia news portal

ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ନେଇ ପ୍ରେମିକ ସହ କନ୍ୟା ଫେରାର୍‌

ଗୋରଖପୁର : ୟୁପିର ଗୋରଖପୁରରେ ଏମିତି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବ । ବିବାହର ଗୋଟିଏ ମାସ ପରେ ଜଣେ ନବ ବିବାହିତା କନ୍ୟା ତାର ପ୍ରେମିକ ସହ ଶ୍ୱଶୂର ଘରୁ  ଫେରାର ହୋଇ ଯାଇଛି । ଆଉ ସାଥିରେ ୧୫ ଲକ୍ଷ ଟଙ୍କାର ସୁନା ଗହଣା, ନଗଦ ଅଢେଇ ଲକ୍ଷ ଟଙ୍କା ନେଇ ଯିବା ଘଟଣା ଏବେ ଚର୍ଚ୍ଚାରେ । ଏହି ସମୟରେ ସେ ଘରକୁ ବାହାରୁ ବନ୍ଦ କରିବାର  କନ୍ୟା , ପ୍ରେମିକ ଓ ତାର ସାଥିର ଫଟୋ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଯେବେ ପରିବାର ଲୋକଙ୍କୁ ଲୁଟେରା କନ୍ୟାର କାରନାମାକୁ ନେଇ ସନ୍ଦେହ ହେଲା ସେ ସିସିଟିଭ୍‌ ଫୁଟେଜ୍‌ ଦେଖିଲେ । ଏହାପରେ ପରିବାର ଲୋକ ମାମଲାର ସୂଚନା ପୁଲିସ୍‌କୁ ଦେଇଥିଲେ । କନ୍ୟାର ଶ୍ୱଶୂର ଘର ଲୋକେ ଥାନାରେ ଅଭିଯୋଗ ଦେଇ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ମାମଲା ଗୋରଖପୁରର ରାଜଘାଟ ଥାନା ଅଞ୍ଚଳର ତୁର୍କମାନପୁର ପଟବାରୀ ଟୋଲାର ଅଟେ । ସେଠାରେ ରହୁଥିବା ମନୀଷ କୁଶୱାହାଙ୍କର ବିବାହ ୨୭ ଅପ୍ରେଲ ୨୦୨୧ରେ ଗଙ୍ଗା କୁଶୱାହା ନାମକ ଯୁବତୀ ସହ ହୋଇଥିଲା ।  ଗଙ୍ଗା କୁଶୱାହାଙ୍କର ମାତା ପିତାଙ୍କର ମୃତ୍ୟୁ ପରେ ତାଙ୍କର ମଉସା ସ୍ୱର୍ଗୀୟ ଭଗବତୀ କୁଶୱାହାଙ୍କର ଘରେ ରହି ବଢ଼ି ଥିଲେ । ସ୍ୱର୍ଗୀୟ ଭଗବତୀ କୁଶୱାହାଙ୍କର  ୩ଜଣ ପୁଅ  ଶ୍ୟାମ , ଯୁବରାଜ , ଦିନେଶ ଗଙ୍ଗାଙ୍କର ବିବାହ କରାଇଥିଲେ  । ୨୭ ଫେବ୍ରୁଆରୀରେ ଲକ୍‌ଡାଉନ୍‌ର ନିୟମର ପାଳନ ପୂର୍ବକ ମନୀଷଙ୍କ ସହ ଗଙ୍ଗାଙ୍କର ବିବାହ ସଂପନ୍ନ ହୋଇଥିଲା ।  

You might also like

Leave A Reply

Your email address will not be published.