Odia news portal

ବନ୍ଦ କୋଠରୀ ଭିତରେ ପ୍ରେମିକାଙ୍କ ସହ ରୋମାନ୍ସ କରୁଥିଲେ, ସ୍ଵାମୀ ଓ ତାଙ୍କ ପ୍ରେମିକାଙ୍କୁ ଧରି କାଠ ଫାଳିଆରେ ପିଟିଲେ ସ୍ତ୍ରୀ

ନୂଆଦିଲ୍ଲୀ : ବନ୍ଦ କୋଠରୀରେ ପ୍ରେମିକାଙ୍କ ସହ ରୋମାନ୍ସ କରୁଥିଲେ ସ୍ଵାମୀ। ଆପତ୍ତିଜନକ ଅବସ୍ଥାରେ ଧରିଲେ ସ୍ତ୍ରୀ। ସ୍ଵାମୀଙ୍କ ପରକୀୟା ପ୍ରତି ଦେଖି ରାଗରେ ପଞ୍ଚମ ସ୍ତ୍ରୀ। ପୁଲିସ ଉପସ୍ଥିତିରେ ନିଜ ସ୍ଵାମୀ ଓ ତାଙ୍କ ପ୍ରେମିକାଙ୍କୁ କାଠ ଫାଳିଆରେ ପିଟିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଆଗରା ମାଲୱା ଜିଲ୍ଲାରେ।

ସୂଚନା ଅନୁଯାୟୀ, ନାଗଦା ଜଙ୍କସନ ନିକଟରେ ଥିବା ଏକ ଘର ବାହାରେ ଜୋରଦାର ହଙ୍ଗାମା ହୋଇଛି। ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ସହ ଏକ ବନ୍ଦ କୋଠରୀ ଭିତରେ ରୋମାନ୍ସ କରୁଥିଲେ। ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ କୌଣସି ସୂତ୍ରରୁ ଖବର ପାଇ ସେହି ଘର ନିକଟରେ ପୋଲିସକର୍ମୀ ଓ କିଛି ମିଡିଆକର୍ମୀଙ୍କୁ ଧରି ପହଞ୍ଚିଥିଲେ। ମହିଳାଙ୍କ ସ୍ଵାମୀ ଥିବା ଘରର କବାଟ ବାଡେଇଥିଲେ। କବାଟ ଖୋଲିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳାଙ୍କ ସ୍ଵାମୀଙ୍କ ସହ ତାଙ୍କ ପ୍ରେମିକା ଥିଲେ।

ନିଜ ସ୍ଵାମୀଙ୍କ ସହ ଅନ୍ୟ ମହିଳାଙ୍କୁ ଦେଖି ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ଉଭୟଙ୍କୁ ମାରପିଟ କରିଥିଲେ। ରିଅଲ ଲାଇଫରେ ପତି,ପତ୍ନୀ ଔର ୱୋର ଏହି ଜବରଦସ୍ତ ସିନ୍ ସେଠାରେ ଉପସ୍ଥିତ ଥିବା ସବୁ ଲୋକ କ୍ୟାମେରାରେ ରେକର୍ଡ କରିଥିଲେ। ତେବେ ଏହି ସମସ୍ତ ଘଟଣା ପୁଲିସ ଉପସ୍ଥିତିରେ ଘଟିଥିଲା। ସ୍ଥିତି ବିଗିଡ଼ିବାରୁ ପୁଲିସ ସମସ୍ତଙ୍କୁ ଥାନାକୁ ଆଣି ବୁଝାମଣା କରି ଘରକୁ ଛାଡିଛି।

You might also like

Leave A Reply

Your email address will not be published.