Odia news portal

ସୁଧୁରୁ ନାହାନ୍ତି ଲୋକେ : ଲକଡାଉନ୍ ଘୋଷଣା ହେବା ମାତ୍ରେ ମଦ ଦୋକାନରେ ଭିଡ,ପେଟି ପେଟି କିଣି ନେଉଛନ୍ତି

ନୂଆଦିଲ୍ଳୀ : ସାରା ଦେଶରେ କରୋନା ରଚିଚାଲିଛି ମୃତ୍ୟୁର  ତାଣ୍ଡବ। ହସ୍ପିଟାଲରେ ବେଡ ନାହିଁ, କି ଚିକିତ୍ସା ନାହିଁ। ଅନ୍ୟପକ୍ଷେ ସ୍ମଶାନରେ ମଧ୍ୟ ଅନ୍ତିମ ସଂସ୍କାର ପାଇଁ ଜାଗା ନାହିଁ। ନିଜର ପ୍ରିୟଜନଙ୍କୁ ହରାଇ ଗୋଟିଏ ପଟେ ଲୋକ କାନ୍ଦୁଥିବା ବେଳେ ଅନ୍ୟପକ୍ଷେ କିଛି ଲୋକଙ୍କୁ ଏହାର କିଛି ଫରକ୍ ପଡୁନି। ଏଇ ଯେପରି ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ୭ ଦିନିଆ ଲକଡାଉନ୍ ଲଗାଇ ଦିଆଯାଇଛି। ଏହି ଲକଡାଉନ୍ ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିବା ମାତ୍ରେ ଦିଲ୍ଲୀର ବଜାରରେ ପ୍ରବଳ ଭିଡ ବଢିଯାଇଛି।

ଦିଲ୍ଲୀ ଗୋଲ୍ ମାର୍କେଟ ଅଞ୍ଚଳରେ ମଦ ଦୋକାନରେ ଲୋକଙ୍କର ନାହିଁ ନଥିବା ଭିଡ ବଢିଯାଇଛି। ଏଠାରେ ଲୋକେ ପେଟି ପେଟି ମଦ ବୋତଲ କିଣି ନେଉଛନ୍ତି। କେବଳ ସେତିକି ନୁହେଁ ଦରିୟାଗଞ୍ଜ ଓ ଅନ୍ୟ ବହୁ ଅଞ୍ଚଳରେ ଏଭଳି ସ୍ଥିତି ଜାରି ରହିଛି। ମଦ ଦୋକାନରେ ଲଗାତାର ଭିଡ ବଢୁଛି। ଗୋଲ୍ ମାର୍କେଟର ମଦ ଦୋକାନରେ ଏତେ ଭିଡ ଯେ ପୋଲିସକୁ ସମ୍ଭାଳିବା କଷ୍ଟକର ହୋଇପଡିଥିଲା। ଉଲ୍ଲେଖନୀୟ ଯେ, ଗତ ବର୍ଷ ମଧ୍ୟ ଲକଡାଉନ୍ ବେଳେ ଏଭଳି ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

You might also like

Leave A Reply

Your email address will not be published.