Odia news portal

ଯୌତୁକ ପାଇଁ ଶ୍ବଶୁରଘର ଲୋକ ଦେଲେ ନିର୍ଯାତନା, ବାହାର କରିଦେଲେ ଘର : ଅଢେଇ ବର୍ଷର ପୁଅକୁ ଧରି ଥାନାରେ ମହିଳା

ଉଦଳା : ଅଢେଇ ମାସର ଶିଶୁ ପୁତ୍ରକୁ ସାଙ୍ଗରେ ଧରି ଥାନାରେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନାରେ । ଶ୍ବଶୁର ଘରୁ ନିର୍ଯାତିତ ହୋଇ ନ୍ୟାୟ ପାଇଁ କାଖରେ ଅଢେଇ ମାସର ଶିଶୁ ପୁତ୍ରକୁ ନେଇ ଥାନାରେ ପହଞ୍ଚିଛନ୍ତି ମହିଳା । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବଗବସା ଗ୍ରାମର ଆଶିଷ କୁମାର ସେଠୀଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସେଠୀଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ନ୍ୟାୟ ପାଇଁ ସେ ନିଜର ଅଢେଇ ମାସର ଶିଶୁ ପୁତ୍ରକୁ ସାଙ୍ଗରେ ଧରି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଲକ୍ଷ୍ମୀପ୍ରିୟାଙ୍କ ବାହାଘରକୁ ଏକ ବର୍ଷ ବିତିଥିବା ବେଳେ ଏକ ବର୍ଷ ମଧ୍ୟରେ ବାରମ୍ବାର ଶ୍ବଶୁର ଘର ଲୋକେ ଲକ୍ଷ୍ମୀପ୍ରିୟାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ । ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ରାଜ୍ୟ ବାହାରେ ରହୁଥିବା ବେଳେ ତାଙ୍କ ଶ୍ବଶୁର, ଶାଶୁ ତାଙ୍କୁ ମାଡ ମାରିବା ସହିତ ନିର୍ଯାତନା ଦେଇ ଆସୁଥିଲେ । ରବିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କୁ ଶ୍ବଶୁର ଘର ଲୋକେ ନିର୍ଯାତନା ଦେବା ସହିତ ତାଙ୍କ କୋଳରୁ ଅଢେଇ ମାସର ଶିଶୁକୁ ଛଡାଇ ନେଇ ତାଙ୍କୁ ଘରୁ ତଡି ଦେଇଥିଲେ ।

ଯାହାଫଳରେ ଲକ୍ଷ୍ମୀପ୍ରିୟା ରାତି ତମାମ ବାରଣ୍ଡାରେ ବସି ରହିଥିଲେ । ତାପରେ ଗ୍ରାମବାସୀମାନେ ଘଟଣା ଜାଣିବା ପରେ ଲକ୍ଷ୍ମୀପ୍ରିୟାଙ୍କୁ ଉଦ୍ଧାର କରିବା ସହିତ ଏ ନେଇ ତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ । ବାପଘର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ ।  ସୋମବାର ସେ ନିଜ ଶିଶୁ ପୁତ୍ରକୁ ସାଙ୍ଗରେ ଧରି ନ୍ୟାୟ ପାଇବା ପାଇଁ ଉଦଳା ଥାନାର ଦ୍ବାରସ୍ଥ ହୋଇଛନ୍ତି । 

You might also like

Leave A Reply

Your email address will not be published.