Odia news portal

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଶ୍ରୀଜଗନ୍ନାଥ କଥାମୃତ ଓ ଭଜନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପବିତ୍ର ଇନ୍ଦୁ ପୁର୍ଣିମା ଭାଗବତ ଜନ୍ମ ଅବସରରେରେ ମା ଜାଗୁଳାଇ ଦୁର୍ଗା ମନ୍ଦିର ନଖରାରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଶ୍ରୀଜଗନ୍ନାଥ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଡ଼ ଗୁରୁ ପ୍ରସାଦ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ତାଙ୍କ ଆଶ୍ରିବଚନ ପ୍ରଦାନ କରିଥିଲେ, ପ୍ରଥମେ କେ ଲଷ୍ମୀ ନାରାୟଣ, ସୌଦାମିନୀ ପଣ୍ଡା, ପୁଷ୍ପଲତା ରାଉତରାୟ ବିମ୍ବାଧର ପଣ୍ଡା ପ୍ରମୁଖ ଅତି ସୁନ୍ଦର ଭଜନ ପରି ବେଶଣ କରିଥିଲେ । ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଉପ ସଭାପତି ଶ୍ରୀ ବୈକୁଣ୍ଠ ମହାପାତ୍ର, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ମାଙ୍କ ମନ୍ଦିର ଳର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ସମସ୍ତଙ୍କୁ ସ୍ୱାଗତ କରି ଥିଲେ ଏବଂ ଏହି କଥାମୃତରେ ଉପସ୍ଥିତ ରହି ଶୁଣି କରି ଆନନ୍ଦିତ ହୋଇ ଥିଲେ ଏହି ଅବସରରେ ବରିଷ୍ଠ ସଦସ୍ୟ ରବିନାରାୟଣ ମହାପାତ୍ର ଅକ୍ଷୟ ଉପାଧ୍ୟାୟ ଅକ୍ଷୟ କୁମାର ସାହୁ ଶ୍ରୀନିବାସ ରାଓ ବ୍ରଜକିଶୋର ରାଉତରାୟ ତନ୍ମୟ କୁମାର ସାହୁ ଓ ଅନ୍ୟମାନେ ଏହି ଦିନିକିଆ ସତସଙ୍ଗ ର ଆନନ୍ଦ ନେଇଥିଲେ ।

You might also like
Leave A Reply

Your email address will not be published.