Odia news portal

ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି : ପଞ୍ଚମ ଥର ପାଇଁ ଟାଇଟଲ ଜିତିଲା ଭାରତ

ଭୁବନେଶ୍ୱର : ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତୀୟ ଟିମ୍‌ର ଦମଦାର ବିଜୟ। ହରମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ହକି ଟିମ୍ ଆୟୋଜକ ଚୀନ୍କୁ ନିଜ ମାଟିରେ ୧-୦ ଗୋଲ୍‌ରେ ହରାଇ ପଞ୍ଚମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଭାରତ-ଚୀନ୍ ଫାଇନାଲ ମ୍ୟାଚ୍ ଥିଲା ଖୁବ୍ ସଂଘର୍ଷପୂର୍ଣ୍ଣ। ଜିତିବାକୁ ଭାରତୀୟ ଟିମ୍‌ର ଖେଳାଳିଙ୍କୁ କରିବାକୁ ପଡିଥିଲା ଖୁବ୍ କଷ୍ଟ। କାରଣ ଭାରତୀୟ ଟିମ୍ ପକ୍ଷରୁ ଚତୁର୍ଥ କ୍ବାର୍ଟରରେ ଏକମାତ୍ର ଗୋଲ କରିଥିଲେ ଡିଫେଣ୍ଡର ଯୁଗରାଜ ସିଂହ ।

ପ୍ରଥମ ତିନୋଟି କ୍ବାର୍ଟରରେ ମ୍ୟାଚ୍‌ ୦-୦ ରେ ସମାନ ସ୍ତରରେ ଥିଲା। ହେଲେ ଚତୁର୍ଥ କ୍ବାର୍ଟରରେ ଯୁଗରାଜଙ୍କ ମ୍ୟାଚ୍ ଓ୍ବିନିଂ ଗୋଲ୍‌ ଭାରତକୁ ଟାଇଟଲ ଜିତିବାରେ ସହାୟକ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ତା’ର ଏସିଆନ ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଚାଇନାକୁ ହରାଇ ଆରମ୍ଭ କରିଥିଲା। ଆଜି ଫାଇନାଲରେ ସେହି ଚାଇନାକୁ ହରାଇ ଚାମ୍ପିୟନ ହୋଇଛି। ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪ରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି। ଚାଇନାକୁ ଚିତ୍‌ କରି ୫ମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ କବଜା କରିଛି ଭାରତ। ଘରୋଇ ମାଟିରେ ଖେଳି ଚାଇନା ପ୍ରଥମ ଥର ଫାଇନାଲ ଖେଳୁଥିଲା।ହେଲେ ଅପରାଜେୟ ଭାରତକୁ ଚାମ୍ପିୟନ ହେବାରୁ ରୋକି ପାରିନି। ଆଜି ଫାଇନାଲରେ ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମ କଡ଼ା ସଂଘର୍ଷ ସହ ଚାଇନାକୁ ୧-୦ରେ ହରାଇ ଟ୍ରଫି ଜିତିଛି।

ଏହି ଗୋଲଟି ଶେଷ କ୍ୱାର୍ଟର(୫୧ ମିନିଟ)ରେ ହିଁ ମିଳିଥିଲା। ଚାଇନା ପ୍ରଥମଥର ଫାଇନାଲ ଖେଳୁଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେବାକୁ ସକ୍ଷମ ହୋଇଥିଲା। ବିଶେଷ କରି ଚାଇନାର ଗୋଲ କିପର ଏକାଧିକ ଗୋଲକୁ ରୋକିବାକୁ ସକ୍ଷମ ହୋଇଥିଲେ। ଭାରତ ୨୦୨୩ ଏସିଆନ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିଥିଲା। ଦଳ ଫାଇନାଲରେ ମାଲେସିୟାକୁ ୪-୩ ଗୋଲରେ ହରାଇ ଟ୍ରଫି କବଜା କରିଥିଲା। ଏଥର ଚାଇନାକୁ ହରାଇ ଚାମ୍ପିୟନ ହୋଇଛି।

You might also like
Leave A Reply

Your email address will not be published.