Odia news portal

ଉଇନର ଆସୋସିଏସନ ପକ୍ଷରୁ ଧୁମଧାମରେ ପ୍ରଭୁ ଗଜାନନଙ୍କୁ ସ୍ୱାଗତ

ଭୁବନେଶ୍ୱର : ଓଡିଶାରେ ବଡ ଗଣେଶ କରି ଆସୁଥିବା ଉଇନର ଆସୋସିଏସନ ଶହୀଦ ନଗର ଚଳିତ ବର୍ଷ ମଧ୍ୟ ୪୬ ଫୁଟ ଉଚ୍ଚତା ପ୍ରଭୁ ଗଜାନନଙ୍କ ବିଗ୍ରହ କରିବା ସହ ତାଙ୍କର ପୁରା ପରିବାରକୁ ମେଢ଼ରେ ସ୍ଥାନ ଦିଆ ହୋଇଛି । ମା ପାର୍ବତୀ ପ୍ରଭୁ ଶିବ ପ୍ରଭୁ ଗଣେଶଙ୍କ ସହଧର୍ମିଣୀ ନିଧି ଓ ସିଦ୍ଧି ଭାଇ କାର୍ତ୍ତିକ, ସହିତ ତାଙ୍କର ବାହାନ ମୂଷିକ, ବୃଷଭ, ସିଂହ, ମୟୁରଙ୍କ ମୂର୍ତ୍ତି ମଧ୍ୟ କରାଯାଇଛି । ପ୍ରଭୁ ଗଣେଷଙ୍କ ଆଗମନ ବହୁତ ଧୂମଧାମରେ ଅନୁଷ୍ଠିତ ହୋଇଥିଲା । ଭକ୍ତ ମାନଙ୍କ ପ୍ରବଳ ଗହଳି ମଧ୍ୟରେ ଅନୁଷ୍ଠିତ ଆଗମନ କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ ଭଜନ ସନ୍ଧ୍ୟାରେ ଭାରତୀ ଭୂଷଣ ପଟ୍ଟନାୟକ, ଅନାମିକା ସ୍ୱାଇଁ ପଟ୍ଟନାୟକ, କେ ଲଷ୍ମୀନାରାୟଣ, ବରଦା ଦାଶ ସ୍ଵର୍ଣଲତା ପାଣି, ସ୍ୱାଗତିକା ସ୍ୱାଇଁ ପ୍ରମୁଖ ଭଜନ ପରିବେଷଣ କରିଥିଲେ । କାଯ୍ୟକ୍ରମରେ ଫିଲ୍ମ ଅଭିନେତା ବବି ମିଶ୍ର ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରି ଥିଲେ, ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ, କଳାକାର ମାନଙ୍କୁ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର ଓ ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର ସମ୍ବର୍ଦ୍ଧିତ କରି ଥିଲେ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ନିରୋଜ ଏବଂ ଟିମ ପରିଚାଳନା କରିଥିଲେ । ଚଳିତ ବର୍ଷ ଦୁବ ପୂଜା ଅର୍ଚ୍ଚନା କରାଯାଇ ପ୍ରସାଦ ବଣ୍ଟନର ବ୍ୟବସ୍ତା ମଧ୍ୟ କରାଯାଇ ଥିଲା ।

You might also like
Leave A Reply

Your email address will not be published.