Odia news portal

ଭୁବନେଶ୍ୱରର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ.ଏହି ଅବସରରେ ଗଣେଶ ଭଗବାନଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ପ୍ରଥମେ ପୁରୁଣା ଭୁବନେଶ୍ୱରର ବଢେଇବାଙ୍କ ଛକ ସ୍ଥିତ ଏକାମ୍ର ରାଜା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରି ପୂଜା କରିଥିଲେ । ପରେ ପରେ ତିନିମୁଣ୍ଡିଆ ଛକରେ ପୂଜିତ ଚାଳିଶ ଫୁଟ ଉଚ୍ଚ ଗଣେଶଙ୍କ ପୂଜା କରି ଆଠ ନମ୍ବର ଆଖଣ୍ଡଳମଣି ପୂଜା କମିଟି ମୁଣ୍ଡପ ଓ ଗଜପତି ନଗର ପୂଜା ମଣ୍ଡପ ବୁଲି ଦେଖିବା ସହ ଗଣେଶ ଭଗବାନଙ୍କ ପୂଜା କରିଥିଲେ ।

ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମଣ୍ଡପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଠାରେ ସମବେତ ଭକ୍ତ ମାନଙ୍କୁ ଶ୍ରୀ ପଟ୍ଟନାୟକ ଗଣେଶ ପୂଜା ପାଇଁ ଶୁଭେଚ୍ଛା ଜଣାଇଥିଲେ । ବିଭିନ୍ନ ମଣ୍ଡପରେ ପୂଜା କମିଟି କର୍ମକର୍ତ୍ତା ଙ୍କ ସହିତ ବିଧାୟକ ଅନନ୍ତ ନାରାୟଣ ଜେନା. ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ କର୍ପୋରେଟର ମାନେ ଉପସ୍ଥିତଥିଲେ ।

You might also like
Leave A Reply

Your email address will not be published.