Odia news portal

ଦୟା ଧର୍ମ ସେବା ଟ୍ରଷ୍ଟର ଅଷ୍ଟମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ସାଂସ୍କୃତିକ ସମିତି ହଲ ଶହୀଦନଗର ଠାରେ ଦୟା ଧର୍ମ ସେବା ଟ୍ରଷ୍ଟର ଅଷ୍ଟମ ସାଧାରଣ ସଭା ସନ୍ତୋଷ ବାବୁ ଓ ପ୍ରଦୀପ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଉ ଯାଇଛି । ଶ୍ରୀଯୁକ୍ତ ଆଦିତ୍ୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଡ଼ ଭାସ୍କର ପଟ୍ଟନାୟକ ଓ ଡ଼ ନାରାୟଣ ମହାପାତ୍ର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ମାନବ ସେବା ମାଧବ ସେବା ଭାବେ ଆମ ପୂର୍ବଜ ମାନେ କହିଆସିଛନ୍ତି, ବହୁତ ଧର୍ମ କାମ କରି ଥିଲେ ଦୁର୍ଲଭ ମନୁଷ୍ୟ ଜୀବନ ମିଳିଥାଏ, ଆମେ ସଂସାରକୁ କାହିଁକି ଆସିଛେ କଣ କରିବାକୁ ପଡିବ ଫେରିଗଲା ବେଳେ ଈଶ୍ବରଙ୍କ ପାଖକୁ କଣ ନେଇ କରି ଯିବେ ? ଏହି ସମ୍ବଦ୍ଧିୟ ବିଷୟରେ ସମସ୍ତେ ଅବଗତ ହେବା ନିହାତି ଦରକାର ।

ସଭାର ପ୍ରଥମେ ସନ୍ତୋଷ ବାବୁ ଅନୁଷ୍ଠାନର କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ସମସ୍ତଙ୍କୁ ଜଣାଇ ଥିବା ସହ ଆୟ ଓ ବ୍ୟୟର ତଥ୍ୟ ସମସ୍ତଙ୍କୁ ଜଣାଇ ଥିଲେ ଏହା ସର୍ବ ସମ୍ମତି କ୍ରମେ ଗୃହୀତ କରାଯାଇଥିଲା । ଦୀର୍ଘ ଦିନ ଧରି ଏହି ସେବା କାର୍ଯ୍ୟକ୍ରମ ଚଲାଇ ଆଶୁଥିବା ସନ୍ତୋଷ ବାବୁଙ୍କୁ ସମସ୍ତେ ଧନ୍ୟବାଦ ଦେବା ସହ ତାଙ୍କର ଦୀର୍ଘ ଜୀବନ କାମନା କରାଯାଇ ଥିଲା । ଏହି ସେବା କାର୍ଯ୍ୟକ୍ରମ ଚଲାଇ ରଖିବାକୁ ସମସ୍ତେ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇ ଥିଲେ, ଆଗାମୀ ଦିନରେ ଏହି ସେବା କାର୍ଯ୍ୟକୁ ଅଧିକା ଭାବେ କିପରି କରିହେବ ସେ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରା ଯାଇ ଥିଲା । ଶେଷରେ ଉପସ୍ଥିତ ସଦସ୍ୟ ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ ସଭା ସାଙ୍ଗ କରାଯାଇଥିଲା

You might also like
Leave A Reply

Your email address will not be published.