Odia news portal

ଏଫ୍.ଏଫ୍.ସି.ର ୭ ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ସ୍ଵାସ୍ଥ୍ୟ ସଚେତନତାର ବାର୍ତ୍ତାକୁ ଲୋକାଭିମୁଖୀ କରିଆସୁଥିବା ଏବଂ ୱାକରସ ଇଣ୍ଟରନାସନାଲ ସଙ୍ଗଠନ ଦ୍ଵାରା ୨୦୨୩ରେ ଓଡ଼ିଶାର ଶ୍ରେଷ୍ଠ କ୍ଲବ୍ ଭାବେ ମାନ୍ୟତା ପାଇଥିବା ଫନ୍ ଆଣ୍ଡ ଫିଟ୍‌ନେସ୍ ୱାକର୍ସ କ୍ଲବ୍ ଜାତୀୟ ଡାକ୍ତର ଦିବସରେ ୭ ଜଣ ବରିଷ୍ଠ ଓ ବିଶେଷଜ୍ଞ ଡାକ୍ତରଙ୍କୁ ସମ୍ବୋଦ୍ଧିତ କରିଅଛି । ସେମାନେ ହେଲେ ଇ.ଏସ୍. ଆଇ. ର ପୂର୍ବତନ ନିର୍ଦ୍ଦେଶକ- ଡାକ୍ତର ଦିବାକର ସେଠୀ, ଡକ୍ଟର ମୋହିନୀ ମୋହନ ଦାସ- ରିଟାୟାର୍ଡ ପ୍ରଫେସର, ଶିଶୁରୋଗ ବିଭାଗ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ଡକ୍ଟର ଅଞ୍ଜଳୀ ଛୋଟରାୟ- ରିଟାୟାର୍ଡ ଡାଇରେକ୍ଟର, ହେଲ୍‌ଥ, ଡକ୍ଟର ଶଶୀକାନ୍ତ ମିଶ୍ର- ରିଟାୟାର୍ଡ ଡାଇରେକ୍ଟର ଅଫ୍ ହେଲଥ, ଡକ୍ଟର ରବିନାରାୟଣ ସେନାପତି- ଗାଇନୋକ୍ଲୋଜିଷ୍ଟ, ଡକ୍ଟର ସନତ୍ ଭୂୟାଁ- ଡେଣ୍ଟାଲ ସର୍ଜନ– ସମ୍ ହସ୍ପିଟାଲ୍ ଏବଂ ଅସ୍ପୃଶଲ୍ୟ ବିଭାଗର ପୂର୍ବତନ ଡକ୍ଟର- ଶରତ ଚନ୍ଦ୍ର ମିଶ୍ର ।

ଏତଦ୍ ବ୍ୟତୀତ ସ୍ଵାସ୍ଥ୍ୟ ପାଇଁ ଚାଲିବାର ବାର୍ତ୍ତାକୁ ତ୍ୱରାନ୍ବିତ କରୁଥିବା ଡେପୁଟି ଡିଷ୍ଟ୍ରିକ୍ଟ ଗଭର୍ଡର- ସୁବାସ ପାଣିଗ୍ରାହୀଙ୍କୁ ସମ୍ବଦ୍ଧିତ କରାଯାଇଅଛି । ଡାକ୍ତରମାନେ ହେଉଛନ୍ତି, ଦ୍ଵିତୀୟ ଈଶ୍ଵର ଏବଂ ସେମାନଙ୍କର ନିରବଚ୍ଛିନ୍ନ ସେବାଯୋଗୁଁ ମାନବ ରୂପରେ ମାଧବ ବୋଲି ଉକ୍ତ ସମ୍ବଦ୍ଧିତ ଉତ୍ସବରେ ସମୂହ ମତ୍ତ ପ୍ରକାଶ ପାଇଥିଲା ।

ଯାହାକି ସମସ୍ତଙ୍କୁ ଅନୁପ୍ରାଣୀତ କରିବ ବୋଲି ଏଫ୍ ଏଫ୍ ସିର ସଭାପତି -ଆଶୀଷ ପଟ୍ଟନାୟକ, କୋଷାଧ୍ୟକ୍ଷ– ପ୍ରଦୀପ ରାଉତ, ସୁରେନ୍ଦ୍ର ନାଥ ସେଠୀ, ଉପଦେଷ୍ଟା- ନିକୁଞ୍ଜ ଛୋଟରାୟ, ପୂର୍ବତନ ସଭାପତି- କେଦାର ପଟ୍ଟନାୟକ ଏବଂ କର୍ମକର୍ତ୍ତା- ଭବାନୀ ପଟ୍ଟନାୟକ, ଶିବିର ପରିଡ଼ା, ବାବୁରାମ ସେଠୀ, ସଚ୍ଚିଦାନନ୍ଦ ବେବେରା, ସୁମିତ୍ରା ପରିଡ଼ା, ମୋନାଲିସା ମହାନ୍ତି, ବୈଷ୍ଣବ ଓଝା, ଗଜେନ୍ଦ୍ର ନାଥ ବେହେରା, ପ୍ରଦୀପ୍ତ ପଣ୍ଡା, ମଧୁସ୍ମିତା ଶୁଭଦର୍ଶିନୀ, କପିଳାସ ସ୍ୱାଇଁ, ଜୟସୂୟାଁ କାନୁନଗୋ, ଅନୀତା ମଲ୍ଲିକ, ସିଦ୍ଧାର୍ଥ ଚୌଧୁରୀ, ପ୍ରତାପ ରାଉତରାୟ, ପ୍ରଫୁଲ୍ଲ ଲେଙ୍କା ଉପସ୍ଥିତ ଥାଇ କାର୍ଯ୍ୟକ୍ରମ ପରିଚାଳନା କରି ମତ୍ତ ପ୍ରକାଶ କରିଥିଲେ ବୋଲି ସମ୍ପାଦକ- ସୁଧାକର ଷଡ଼ଙ୍ଗୀ ଜଣାଇଛନ୍ତି ।

You might also like
Leave A Reply

Your email address will not be published.