Odia news portal

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଏଚଡିଏଫସି ବ୍ୟାଙ୍କର ଉପସଭାପତି

ଭୁବନେଶ୍ୱର : ଓଡ଼ିଶାରେ ନୂତନ ସରକାର ଦାୟିତ୍ଵ ଗ୍ରହଣ କରିବାପରେ ଏହାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଏଚଡିଏଫସି ବ୍ୟାଙ୍କ ଲିମିଟେଡର ଉପସଭାପତି ରୀତିଶ ନନ୍ଦନ ପାଢୀ ସୌଜନ୍ୟମୂଳକ ସାକ୍ଷାତ କରି ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ।

ଏବଂ ଓଡ଼ିଶାରେ ରହିଥିବା ବ୍ୟାଙ୍କ ଶାଖା ଓ ଏହାର କାର୍ଯ୍ୟ ଶୈଳୀ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଚଡିଏଫସି ବ୍ୟାଙ୍କ ନୂତନ ଯୁବପିଢୀଙ୍କୁ ପର୍ଯ୍ୟାପ୍ତ ପରିମାଣର ନିଯୁକ୍ତି ସୁଯୋଗ ଯୋଗାଇ ଦେଇଛି ଆଗକୁ ମଧ୍ୟ ଆହୁରି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପାଢୀଙ୍କ ସହକର୍ମୀ କିଶୋର ଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ଥିଲେ।

You might also like
Leave A Reply

Your email address will not be published.