Odia news portal

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ

ଭୁବନେଶ୍ୱର : ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘ ତରଫରୁ ଆଜି ମାନ୍ୟବର ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା (ବାଣିଜ୍ୟ ଓ ପରିବହନ ) ମନ୍ତ୍ରୀଙ୍କୁ ଭେଟି ମହାସଂଘ ତରଫରୁ ସାତ ଦଫା ଦାବିପତ୍ର ବିଷୟରେ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଉକ୍ତ ଦାବିପତ୍ରଟିକୁ ଭଲଭାବେ ତର୍ଜମା କରିବାପରେ ସେ ଯଥାଶୀଘ୍ର ଉକ୍ତ ଦାବି ଉପରେ ଧ୍ୟାନ ଦିଆଯିବ ବୋଲି ସେ ଦୃଢ଼ ପ୍ରତିଶୃତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମହାସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା, ସହ ସମ୍ପାଦକ ରାଜୀବ କୁମାର ପରିଡା, କାର୍ଯ୍ୟକାରୀ ସଭାପତି ବିରଞ୍ଚି କୁମାର ସାହୁ, କୋଷାଧକ୍ଷ ରାକେଶ କୁମାର ସୀହ୍ନ|, ଉପସଭାପତି ଉମାକାନ୍ତ ପାଣି, ଉମେଶ ଚନ୍ଦ୍ର ସାହୁ, ଅରୁଣ କୁମାର ଦାସ, ତ୍ରିଲୋଚନ ରାଉତରାୟ, ବିଷ୍ଣୁ ଚରଣ ସାହୁ ଏବଂ ମହାସଂଘର ଆଗ ଧାଡିର ସଦସ୍ୟ ଭାସ୍କର ମହାରଣା, ମୁନୁ ନାୟକ, ଅମର ଜେନା, ନିଶିକାନ୍ତ ସାମଲ, ସୁଦର୍ଶନ ଦାସ, ଦିଲ୍ଲୀପ ସେଠି, ବିକାଶ ସାହାଣୀ, ଦିଲ୍ଲୀପ କୁମାର ମହାପାତ୍ର ଚନ୍ଦନ କୁମାର ପାତ୍ରଙ୍କ ସମେତ ମହାସଂଘର ବହୁତ ସଦସ୍ୟ ଉପସ୍ଥିତ ରହିଥିଲେ |

You might also like
Leave A Reply

Your email address will not be published.