Odia news portal

ଅଲ୍ ଟାଇମ୍ ଫିଟ୍‌ନେସ୍‌ର ଷ୍ଟୁଡିଓ ଲଞ୍ଚ୍‌


ଭୁବନେଶ୍ୱର : ଭୁବନେଶ୍ୱରରେ ପଟିଆ-ଇନ୍‌ଫୋସିସ୍ ରୋଡ୍‌ରେ ଥିବା ଅଲ୍ ଟାଇମ୍ ଫିଟ୍‌ନେସ୍ (ଏଟିଏଫ୍‌) ଜିମ୍ ପକ୍ଷରୁ ଶନିବାର ଏକ ଷ୍ଟୁଡିଓ ଲଞ୍ଚ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଷ୍ଟର୍ ୱାର୍ଲ୍ଡ, ମିଷ୍ଟର୍ ଏସିଆ ବିଜେତା ୟତୀନ୍ଦର ସିଂହ, ଏଟିଏଫ୍‌ର ଫାଉଣ୍ଡର୍ ବିଜନ ବାରିକ ଓ ସୋନି ଶତପଥି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଭୁବନେଶ୍ୱରରେ ଅଲ୍ ଟାଇମ୍ ଫିଟ୍‌ନେସ୍‌ର ୪ଟି ସେଣ୍ଟର ରହିଛି । ଲଞ୍ଚ ହୋଇଥିବା ଏହି ଷ୍ଟୁଡିଓରେ ଜୁମ୍ବା, ନାଚ, କିକ୍‌ବକ୍ସିଂ, ଫ୍ଲେକ୍ସ, କ୍ରସ୍‌ଫିଟ୍‌, ଏମ୍‌ଏମ୍‌ଏ, ଯୋଗ, ଓକ୍ସି ବାର୍‌, ଷ୍ଟେପର୍‌, ଟ୍ରାମ୍ପୋଲିନ୍‌, ଏଟିଏକ୍ସ, ପିଲାଟିସ୍‌, ଆଣ୍ଟି ଗ୍ରାଭିଟ୍‌ଯୋଗ, ଏରୋବିକ୍ସ ଓ ପାୱାର ଯୋଗ କରିବାର ସୁବିଧା ରହିଛି । ଶିଶୁମାନଙ୍କ ପାଇଁ ହିପ୍‌ହପ୍‌, ହାଉସ୍‌, ବଲିଉଡ୍‌, ଫ୍ରିଷ୍ଟାଇଲ୍‌, କଣ୍ଟେମ୍ପୋରାରୀ ଓ ସେମି କ୍ଲାସିକାଲ୍ ଡ୍ୟାନ୍ସ ଭଳି ସୁବିଧା ରହିଛି ।

ଏହି ଷ୍ଟୁଡିଓର ମେମ୍ବରସିପ୍ ୧୫ଠଠ ଟଙ୍କାରୁ ଆରମ୍ଭ ବୋଲି ଫାଉଣ୍ଡର୍ ଶ୍ରୀ ବାରିକ ମତ ଦେଇଛନ୍ତି । ଆଥ୍‌ଲେଟିକ୍ ଓ ଅସମର୍ଥ ଲୋକଙ୍କ ପାଇଁ ମେମ୍ବରସିପ୍ ଫ୍ରି ରହିଛି । ଏହାର ଲକ୍ଷ୍ୟ ସମଗ୍ର ଦେଶରେ ଜିମ୍ ଖୋଲି ସବୁଠାରେ ଅନୁପ୍ରେରଣା ଦେବା । ଏଟିଏଫ୍ ତା’ର ଫ୍ରାଞ୍ଚାଇଜ୍ ଯୋଜନା ୨୫ ଲକ୍ଷ୍ୟରୁ ଆରମ୍ଭ କରିଛି । ଆଗାମୀ ଦିନରେ ହରିଆଣାର ଗୁରୁଗ୍ରାମରେ ୨ଟି ଫିଟ୍‌ନେସ୍‌ର ଫ୍ରାଞ୍ଚାଇଜ୍ ଲଞ୍ଚ କରିବା ବୋଲି ଘୋଷଣା କରିଥିଲେ ।

You might also like
Leave A Reply

Your email address will not be published.