Odia news portal

ହରିଦ୍ଵାରରେ ଆଜି ଠାରୁ ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି । ଓଡିଶାରୁ ପ୍ରାୟ ୨୦୦ ଉର୍ଦ୍ଧ୍ବ ମହାପ୍ରଭୁଙ୍କୁ ଭଲ ପାଉଥିବା ଭକ୍ତ ଆଜି ହରିଦ୍ୱାର ଠାରେ ପହଂଚି ସକାଳୁ କଳସ ପୂଜା ଗଙ୍ଗା କୁଳରେ କରାଯାଇ । ସଭା ସ୍ଥଳରେ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପନ କରାଯାଇଛି, ପରେ ପରେ ପରାୟଣ କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି ।

ଏହି ପୂଜାରେ ଶ୍ରୀ ତ୍ରିଲୋଚନ ନାୟକ ଓ ପତ୍ନୀ ସାଗରୀକା ନାୟକ କର୍ତା କର୍ତ୍ତୀ ହୋଇ ପୂଜା ରେ ସହଯୋଗ କରିଥିଲେ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ ପ୍ରଭାକର ମଲ୍ଲିକ ଉପସଭାପତି ବୈକୁଣ୍ଠ ନାଥ ମହାପାତ୍ର ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ସଂଗଠନ ସମ୍ପାଦକ ନାରାୟଣ ମହାପାତ୍ର ଓ ଅନ୍ୟମାନେ ହରିଦ୍ୱାରରେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ

ପୂର୍ବରୁ ଏହି କାର୍ଯ୍ୟକ୍ରମ ଦେଶ ଓ ବିଦେଶ ରେ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇ ଅଛି । ଆଗାମୀ ଦିନରେ ଏହାକୁ ବ୍ୟାପକ ଭାବେ କରାଯିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆ ଯାଉଛି । ମହାପ୍ରଭୁଙ୍କ ପୁରାଣ ସ୍କନ୍ଦ ପୁରାଣର ପ୍ରଚାର ପ୍ରସାର କରିବା ନିମନ୍ତେ ପାଞ୍ଚରାତ୍ର ପ୍ରଚାର ସମିତି ସର୍ବଦା ଚେଷ୍ଟା କରି ଆସୁଅଛି ।

You might also like
Leave A Reply

Your email address will not be published.