Odia news portal

ଭକ୍ତି ମୟ ପରିବେଶରେ ହରିଦ୍ଵାରରେ ଚାଲିଛି ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ତୃତୀୟ ଦିନରେ ପହଁଞ୍ଚଛି । ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ ପ୍ରଭାକର ମଲ୍ଲିକ ଉପସଭାପତି ବୈକୁଣ୍ଠ ନାଥ ମହାପାତ୍ର ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ସଂଗଠନ ସମ୍ପାଦକ ନାରାୟଣ ମହାପାତ୍ର, ଡ଼ ରାମଚନ୍ଦ୍ର ମିଶ୍ର ଓ ଅନ୍ୟମାନେ ହରିଦ୍ୱାରରେ

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ ପୂର୍ବରୁ ଏହି କାର୍ଯ୍ୟକ୍ରମ ଦେଶ ଓ ବିଦେଶ ରେ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇ ଅଛି, ଆଗାମୀ ଦିନରେ ଏହାକୁ ବ୍ୟାପକ ଭାବେ କରାଯିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆ ଯାଉଛି । ମହାପ୍ରଭୁଙ୍କ ପୁରାଣ ସ୍କନ୍ଦ ପୁରାଣର ପ୍ରଚାର ପ୍ରସାର କରିବା ନିମନ୍ତେ ପାଞ୍ଚରାତ୍ର ପ୍ରଚାର ସମିତି ସର୍ବଦା ଚେଷ୍ଟା କରି ଆସୁଅଛି ।

You might also like
Leave A Reply

Your email address will not be published.