Odia news portal

ବିରୋଧୀ ଦୁର୍ବଳ ନବୀନଙ୍କ ବଳ ଦେଶ ବି ଦେଖିବ ପୁଣି

ନେତା ବୁଲାବୁଲି ସରିଗଲା କାଲି
ଆଉ ତ ପ୍ରଚାର ନାହିଁ
ଆମଦାନୀନେତା କାହିଁକି ଅଯଥା
ଓଡ଼ିଶା ଆସିବେ ଧାଇଁ ।

ବିଜେପିଦଳର ନିର୍ବାଚନ ଭାର
ଦିଲ୍ଲୀ ନେତା କରୁଥିଲେ
ଆମରିନବୀନ ବୁଲି ରାତିଦିନ

ଏକାକୀ ଲଢେ଼ଇ କଲେ ।
ପଚିଶିବରଷ ବିଜେପି କଂଗ୍ରେସ
ଯାଇଛନ୍ତି ଘରେ ଶୋଇ
ହେଲେ ନିର୍ବାଚନ ହୋଇକି ଉଚ୍ଛନ୍ନ
ବିରୋଧୀ ଯାଆନ୍ତି ଚେଇଁ ।

ହେଉ କିମରୁଡ଼ି ବର୍ଷା କିମ୍ବା ଝଡ଼ି
ବାତ୍ୟା ବନ୍ୟା ଅଘଟଣେ
ନେତା ଆସିବେନି ଦର୍ଶନ ଦେବେନି
ଦିଲ୍ଲୀ କି ପଲ୍ଲୀରୁ ଜଣେ ।

ଓଡ଼ିଶାରବାସି ହୁଅନାହିଁ ଖୁସି
ବାହାର ନେତାଙ୍କୁ ଦେଖି
ଆସିଛନ୍ତି ବୁଲି ଭୁଲିଯିବେ କାଲି
ନପାରିବେ ମନେ ରଖି।

ସଭିଙ୍କ ସାଥିରେ ନବୀନ ଥିବରେ
ବିପଦ ଆପଦ ବେଳେ
ଯିବେ ନାହିଁ ଛାଡ଼ି ଧରିଥିବେ ଭିଡ଼ି
ଲଗାଇବେ ନେଇ କୁଳେ ।

କେତେ ମିଛକଥା କହୁଛନ୍ତି ନେତା
ନବୀନଙ୍କୁ ଦେଖି ଜାଣି
ବିରୋଧୀ ଦୁର୍ବଳ ନବୀନଙ୍କ ବଳ
ଦେଶ ବି ଦେଖିବ ପୁଣି ।

You might also like
Leave A Reply

Your email address will not be published.