Odia news portal

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଆମ ମୋହନ ଚରଣ ମାଝି

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଆମ ମୋହନ ଚରଣ ମାଝି,
ସେବା କରିବାକୁ ଓଡ଼ିଶା ମାଟିକୁ ଆସ ଦେବଦୂତ ସାଜି ।୧।

କେନ୍ଦୁଝର ଜିଲ୍ଲା ଆଦିବାସୀ ଘରେ ଜନମ ତୁମର ହୁଏ,
ସରପଞ୍ଚ, ଶିଶୁ ମନ୍ଦିର ଶିକ୍ଷକ ପରିଚୟ ପୁଣି ଦିଏ ।୨।

ଚାରି ଥର ଯାକ ବିଧାୟକ ହୋଇ ଲଭିଛ କେତେ ସୁନାମ,
ବିରୋଧୀ ଦଳର ନେତା ହୋଇ ପୁଣି କରିଛ ଅନେକ କାମ ।୩।

ନମ୍ରତା ଉଦାର ଗୁଣାବଳୀ ସବୁ ଦେଖୁଲେ ଓଡ଼ିଶା ବାସୀ,
ଅହଙ୍କାର ନାହିଁ ଅହମିକା କାହିଁ ଭାବାବେଗେ ଯାଅ ଭାସି ।୪।

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିଗଲା ଖୋଲିଲା ରତ୍ନଭଣ୍ଡାର,
ଓଡ଼ିଆ ଭାଷାରେ ଶାସନ ବ୍ୟବସ୍ଥା ଓଡ଼ିଆ ଅସ୍ମିତା ଯାର ।୫।

ସୁଭଦ୍ରା, ବାର୍ଦ୍ଧକ୍ୟ ଭତ୍ତା ଦେଇ ପୁଣି ସଭିଙ୍କ ହୃଦୟ ଜିତିଲ,
ଚାକିରି-ଚାଷୀର ମନ କଥା ବୁଝି ଯୋଜନା କେତେ କରିଲ ।୬।

ହୀନ ରାଜନୀତି ଶସ୍ତ୍ରା କାର୍ଯ୍ୟକ୍ରମ କରିବନି ମାଝୀ ବାବୁ,
ସରଳ ଜୀବନ ଶାନ୍ତ ସ୍ବଭାବକୁ ହୃଦୟରେ ସ୍ଥାନ ଦେବୁ ।୭।

ନବୀନ ଛାଡିଲେ ମୋହନ ଆସିଲେ ବିଜେପି ସରକାର କଲା,
ଓଡ଼ିଆ ଭାଷାର ଓଡ଼ିଶା ମାଟିର ଗୌରବ ତ ବଢିଗଲା ।୮।

ଶୁଭେଚ୍ଛା ସହିତ ଶୁଭକାମନା ବି ହୃଦୟରୁ ଦେଉଛୁ ଆମେ,
ରାଜନୀତି ଅଙ୍କ ଉଦ୍ଧରେ ରହିଣ ମୁଖ୍ୟମନ୍ତ୍ରୀ ହୁଏ ତୁମେ ।୯।

ପ୍ରତ୍ୟୁଷ ଭଞ୍ଜ
ରେଳ ବିହାର, ଭୁବନେଶ୍ୱର

You might also like
Leave A Reply

Your email address will not be published.