Odia news portal

କମନମ୍ଯାନ୍ ଷ୍ଟାଇଲରେ ବୁକ ଷ୍ଟୋରରୁ ବହି କିଣିଲେ ନବୀନ

ଭୁବନେଶ୍ବର : ମାସେ ଧରି ମାରାଥନ୍ କ୍ଯାମ୍ପେନ୍ ପରେନିର୍ବାଚନୀ ଟେନସନରୁ ଓହ୍ଲାଇଥିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ରିଲାକ୍ସ ପାଇଁ ଆଜି ସନ୍ଧ୍ଯା ସାଢେ ସାତଟା ବେଳେ ମାଷ୍ଟରକ୍ଯାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ ଡିପୋରେ ପହଞ୍ଚିଥିଲେ ନବୀନ। ଗାଡ଼ିରୁ ଓହ୍ଲାଇ କମନମ୍ଯାନ୍ ଷ୍ଟାଇଲରେ ବୁକ ଷ୍ଟୋରକୁ ଯାଇ ଦେବବ୍ରତ ସ୍ବାଇଁଙ୍କ ଦ୍ବାରା ରଚିତ ସିକ୍ରେଟ୍ସ ଅଫ୍ ଶିମିଳିପାଳ ଏବଂ ଚାର୍ଲ୍ସ ଆଲେନଙ୍କ ଲିଖିତ ପୁସ୍ତକ ଆରିୟନ୍ସ କିଣିଥିଲେ ।

ସେପଟେ ବୁକ ଷ୍ଟୋର କର୍ତ୍ତୃପକ୍ଷ କହିଛନ୍ତି ଅଢେଇ ହଜାର ଟଙ୍କାର ପୁସ୍ତକ କିଣିଲେ ମୁଖ୍ଯମନ୍ତ୍ରୀ ନବୀନ, ବିଜୁ ବାବୁ ମଧ୍ଯ ତାଙ୍କ ବହି ଦୋକାନକୁ ଆସୁଥିଲେ। ବହି କିଣା ସାଙ୍ଗକୁ ସେଠାରେ ଉପସ୍ଥିତ ଲୋକଙ୍କ ସହ କଥା ହୋଇଥିଲେ ନବୀନ। ପିଲାଙ୍କ ସହ ସେଲଫି ନେବା ପରେ ପୁଣି ଫେରିଯାଇଥିଲେ ନବୀନ ନିବାସ।

You might also like
Leave A Reply

Your email address will not be published.