Odia news portal

ଲେଖାଶ୍ରୀଙ୍କ ପ୍ରତାପ ଷଡଙ୍ଗୀକୁ ତିନି ଟି ପ୍ରଶ୍ନ ?

ଭୁଵନେଶ୍ଵର : ବାଲେଶ୍ୱରରେ ଜମୁଛି ନିର୍ବାଚନ ପ୍ରଚାର । ଜୁନ ୧ରେ ଏହି ଲୋକସଭା ଆସନରେ ଭୋଟ୍ ପଡିବ । ଏହା ପୂର୍ବରୁ ବିଜେଡିର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଜେପିର ସାଂସଦ ତଥା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ମଧ୍ୟରେ ବୟାନବାଜି ତେଜିିଛି । ନୀଳଗିରି ବିଜେଡି ପକ୍ଷରୁ ଈଶ୍ୱରପୁର ଖେଳପଡିଆରେ ଅନୁଷ୍ଠିତ ଏକ ସଭାରେ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ବର୍ଷିଥିବା ବେଳେ ଲେଖାଶ୍ରୀ ଖୋଲାମଞ୍ଚରେ କହିଛନ୍ତି ଓଡିଶାର ବିକାଶ ପାଇଁ ଡବଲ ଇଞ୍ଜିନ ନୁହେଁ ନବୀନ ଇଞ୍ଜିନ ଦରକାର ।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଲେଖାଶ୍ରୀଙ୍କୁ ଟାର୍ଗେଟ କରି ତିନୋଟି ପ୍ରଶ୍ନ ପଚାରିଥିବା ବେଳେ ନୀଳଗିରି ମଞ୍ଚରେ ଏହାର ଜବାବରେ ସ୍ମୃତି ଇରାନୀଙ୍କୁ ତିନୋଟି ପ୍ରଶ୍ନ ପଚାରିଛନ୍ତି ଲେଖାଶ୍ରୀ । ବାଲେଶ୍ୱରରେ ମହିଳା ଟିକଟ କାହିଁ, କ’ଣ ମହିଳାଙ୍କୁ ଯୋଗ୍ୟ ଭାବୁନି ବିଜେପି, ନନାଙ୍କୁ କାହିଁକି ମନ୍ତ୍ରୀ ପଦରୁ ଗୋଟିଏ ବର୍ଷରେ ବାହାର କରିଦିଆଗଲା । ପ୍ରତାପ ଷଡଙ୍ଗୀ ଏମପି ଲ୍ୟାଡ ଟଙ୍କା କାହିଁକି ଖର୍ଚ୍ଚ କରିପାରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

You might also like
Leave A Reply

Your email address will not be published.