Odia news portal

ଚିଟଫଣ୍ଡ ଚୋର ଏବେ ଓଡିଶା ବିଜେପିର ପୋଷ୍ଟର ବଏ : ବିଜେଡି

ଓଡିଶା ବିଜେପିର ଅସଲ ଚେହେରା ଦେଖୁଛନ୍ତି ଓଡିଶାବାସୀ
ରାଜ୍ୟବାସୀଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାନ ହେଉଛି ବିଜେପି
ଲଜ୍ଜାଜନକ ପରାଜୟ ବରଣ କରୁଥିବାରୁ ଓଡିଶା ବିଜେପି ବିବ୍ରତ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୋଚନୀୟ ପରାଜୟ ହେଉଥିବା ଜାଣି ଓଡିଶା ବିଜେପି ନେତାମାନେ ବିଚଳିତ ହୋଇପଡିଥିବାରୁ ସେମାନେ କ’ଣ କହୁଛନ୍ତି ଆଉ କ’ଣ କରୁଛନ୍ତି ତାହା ବୁଝିପାରୁନାହାନ୍ତି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବରିଷ୍ଠ ନେତା ଶ୍ରୀ ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝୀ ।

ଶ୍ରୀ ବକ୍ସିପାତ୍ର ଓ ଡକ୍ଟର ମାଝି ଗଣମାଧ୍ୟମକୁ କହିଛନ୍ତି ଯେ ଯେଉଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଚିଟଫଣ୍ଡ ଚୋର କହି ଓଡିଶା ବିଜେପିର ସବୁ ନେତା ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ଲାଂଛନା ଦେଉଥିଲେ, ତାଙ୍କୁ ଫୁଲମାଳ ପକାଇ ଦଳକୁ ସ୍ୱାଗତ କରି ନିର୍ବାଚନ ଲଢିବାକୁ ଟିକେଟ ଦେଇଛି ଓଡିଶା ବିଜେପି । ବର୍ଷ ବର୍ଷ ଧରି ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିବା ନେତାଙ୍କୁ ଅଣଦେଖା କରି ଚିଟଫଣ୍ଡ ଚୋରକୁ ଓଡିଶା ବିଜେପି ପୋଷ୍ଟର ବଏ ସଜାଇଥିଲା । ଯିଏ ନିଜ ନିର୍ବାଚନ ମଣ୍ଡଳୀର ଶହ ଶହ ଗରିବ ବେକାର ଯୁବକଙ୍କୁ ଚାକିରୀ ଦେବା ନାଁରେ ଲୁଟିଥିଲା ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି, ଓଡିଶା ବିଜେପିରେ ଚିଟ୍‌ଫଣ୍ଡ ଚୋର, ଚାକିରି ପାଇଁ ଗରିବ ଯୁବକଙ୍କୁ ଲୁଟିଥିବା ନେତା, ଗୁଣ୍ଡା, ଅନୁସୁଚିତ ଜାତି ଓ ଜନଜାତିଙ୍କ ଜମି ଲୁଟିଥିବା ମାଫିଆ, ବିଦେଶରେ କଳାଧନ ଠୁଳ କରିଥିବା ନେତା, ନାରୀ ନିର୍ଯ୍ୟାତନାକାରୀ ଭର୍ତ୍ତି ହୋଇଅଛନ୍ତି । ଓଡିଶା ବିଜେପି ନେତାମାନେ ଚିଟଫଣ୍ଡ ଓ ଅନ୍ୟ ପ୍ରସଙ୍ଗରେ କହିବା ଆଗରୁ ପ୍ରଥମେ ଏଭଳି ନେତାଙ୍କୁ ଦଳରୁ ବାଦ୍ ଦିଅନ୍ତୁ । ତାପରେ ଏ ବିଷୟରେ ଗଣମାଧ୍ୟମ ସାମ୍ନାରେ ଆସି ବକ୍ତବ୍ୟ ରଖନ୍ତୁ । ଏମାନଙ୍କୁ ଲାଜ ଲାଗିବା ଦରକାର । ଓଡିଶାବାସୀ ସବୁ ଦେଖୁଛନ୍ତି ସେଥିପାଇଁ ଏମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ।

ଯେତେବେଳେ ଓଡିଶା ବିଜେପିର ଦୟନୀୟ ସ୍ଥିତି ଆସିଯାଏ, ସେମାନେ ଅନେକ କଥା ଗଣମାଧ୍ୟମ ସାମ୍ନାରେ ଆସି ମନଇଛା ଗପିଥାନ୍ତି । ନହେଲେ ସେମାନଙ୍କର ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରୀ ଚାଲିବ ବା କେମିତି? ଆଜିର ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ଜଣାପଡୁଥିଲା, ଓଡିଶା ବିଜେପି ନେତା କେତେ ବିବ୍ରତ ଅବସ୍ଥାରେ ଅଛନ୍ତି । ୨୦୧୯ ତୁଳନାରେ ଏକ ଲଜ୍ଜାଜନକ ପରାଜୟ ବରଣ କରୁଥିବାରୁ ସେମାନଙ୍କର ମୁହଁରେ ହସ ଲିଭିଗଲାଣି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

You might also like
Leave A Reply

Your email address will not be published.