Odia news portal

ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ : ପାଣ୍ଡିଆନ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବର୍ତମାନ ସୁଦ୍ଧା ଦଳ ୮୦ରୁ ୮୫ ପ୍ରତିଶତ ବିଜୟ ହାସଲ କରିଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେଡି ନେତା ଭିକେ ପାଣ୍ଡିଆନ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ।

ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ ବୋଲି କହିଛନ୍ତି ପାଣ୍ଡିଆନ । ଏଥିସହ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସେ କହିଛନ୍ତି ବିଜେପି ମିଛ କହିବାର ସୀମା ଟପିଛି । ୧୦ ବର୍ଷ ତଳେ କହିଥିବା ତେଲ ଦର ଏମଏସପି କଥା ଏଯାଏଁ କହିଲେନି । ମିଛ କହିବାରେ ଗୋଟିଏ ସୀମା ଥାଏ ତାହା ସୀମା ବିଜେପି ସୀମା ଟପିଯାଇଛି ।

You might also like
Leave A Reply

Your email address will not be published.