Odia news portal

କାଲି ଆସିବେ ସ୍ମୃତି ଇରାନୀ, କୁଜଙ୍ଗ, ଆଳି ଓ ରେମୁଣାରେ କରିବେ ନିର୍ବାଚନୀ ସଭା

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ । କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭା କରିବେ । ପାରାଦୀପର କୁଜଙ୍ଗଠାରେ ପ୍ରଥମ ସଭାରେ ଯୋଗ ଦେବେ ସ୍ମୃତି । ଏହାପରେ ଆସିବେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଆଳି । ତା’ପରେ ରେମୁଣାରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି । ବିଜେପିର ସୁଭଦ୍ରା ଯୋଜନାର ଲକ୍ଷ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ । ସୁଭଦ୍ରା ଯୋଜନାରେ ମାଆମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ । ଏହାର ପ୍ରଚାର ପ୍ରସାର ପାଇଁ ଆସନ୍ତାକାଲି ସ୍ମୃତି ଇରାନି ଆସିବେ ଓଡ଼ିଶା ।

ବିଜେପିର ୯୦ ପ୍ରତିଶତ ପ୍ରାର୍ଥୀ ବିଜୟୀ ହେବାର ଆକଳନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ସ୍ମୃତିଙ୍କ ଗସ୍ତ ଦ୍ୱାରା ରାଜ୍ୟ ବିଜେପି ଅଧିକ ସଶକ୍ତ ହେବ ବୋଲି ଗୋଲକ ମହାପାତ୍ର କହିଛନ୍ତି । ଆରମ୍ଭରୁ ବିଜେପି ଫୋକସରେ ଓଡ଼ିଶା ରହି ଆସିଛି । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସୂଚନା ଅନୁସାରେ ଚଳିତ ମାସରେ ତିନି ଥର ଓଡ଼ିଶା ଆସିଛନ୍ତି ମୋଦି । ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି

You might also like
Leave A Reply

Your email address will not be published.