Odia news portal

ମିଛ କହିବାର ସୀମା ଟପିଗଲାଣି ବିଜେପି, ନିର୍ବାଚନ ଭିତରେ ବିଜେପିକୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ସଭାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ସୀମା ଥାଏ । ବିଜେପି ମିଛ କହିବାର ସୀମା ଟପିଯାଇଛି । ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି । ଏଭଳି କହି ବିଜେପିକୁ କଡା ଜବାବ ଦେଇଛନ୍ତି ନବୀନ ।

ଏହାପୂର୍ବରୁ ବିଜେପିର ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ନବୀନଙ୍କ ସ୍ୱାସ୍ଥ୍ର୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଥିଲେ । ଏପରିକି ନବୀନ ବିଶ୍ରାମ ନିଅନ୍ତୁ ବୋଲି ବିଭିନ୍ନ ସଭାରେ କହୁଥିଲେ । ଯାହାର କଡା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ବିଜେଡି ନେତା ଭିକେ ପାଣ୍ଡିଆନ କହିଛନ୍ତି, ବିଜେପି ନେତା କିଛି ନୂଆ ଚିନ୍ତାଧାରା ଆଣିବା ପରିବର୍ତ୍ତେ ଭିତ୍ତିହୀନ କଥା କହୁଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଭଳି ଅପପ୍ରଚାରକୁ ଗ୍ରହଣ କରିବେନି ଓଡ଼ିଶାବାସୀ

You might also like
Leave A Reply

Your email address will not be published.