Odia news portal

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଚନ୍ଦନ ପୁର୍ଣିମା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର କଲ୍ୟାଣ ହେଉ, ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ପ୍ରଚାର ସମିତି ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦନ ପୁର୍ଣିମା ଉତ୍ସବ କେଦାରେଶ୍ୱର ମନ୍ଦିର, ଉତ୍କଳ ୟୁନିଭର୍ସିଟି ବାଣୀବିହାର ଭୁବନେଶ୍ୱର ଠାରେ ଅନୁଷ୍ଠିତ କରାଯାଇଅଛି । ସମ୍ପାଦକ ପ୍ରଭାକର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ୨୩.୫.୨୪ ସନ୍ଧ୍ୟା ୬ଘଟିକା ରୁ ୯ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଅବସରରେ ପଣ୍ଡିତ ଦାଶରଥୀ ସାମନ୍ତରାୟ ଚନ୍ଦନ ଯାତ୍ରା ସମ୍ବଦ୍ଧ ରେ ସମସ୍ତଙ୍କୁ ତାଙ୍କ ଆଶ୍ରିବଚନ ଦେଇଥିଲେ ଏହି ଅବସରରେ ସମିତି ପକ୍ଷରୁ ଶ୍ରୀଜଗନ୍ନାଥ ସେବା ସଂମ୍ମାନ ପଣ୍ଡିତ ଦାଶରଥି ସାମନ୍ତରାୟ ଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ “ରତ୍ନାସିଂହାସନ”, “ଆମେ ଭଲପାଉଛୁ ଶ୍ରୀ ଜଗନ୍ନାଥଙ୍କୁ”ଭଜନ ଓ ଅନୁଭୂତି ସୁନାମାଧନ୍ୟ ଡ଼ ଅଶୋକ ମହାପାତ୍ର ନିଶିକାନ୍ତ ମିଶ୍ର ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ଚରଣରେ ଲୋକାର୍ପିତ କରା ଯାଇଥିଲା ମହାପ୍ରଭୁଙ୍କ ସମ୍ମୁଖରେ ଚନ୍ଦନ ଲାଗି ଓ ଦେଖ ଗୋ ରାଧା ମାଧବ ଚାଲି ପରି ଦୁଇଟି ନୃତ୍ୟ ଓ ଭଜନ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ସମସ୍ତେ ମହାପ୍ରଭୁଙ୍କୁ ଚନ୍ଦନ, ଭୋଗ ଓ ଫୁଲ ଦେଇ ପୂଜା କରି ଥିଲେ ଏହି କାର୍ଯ୍ୟକ୍ରମରେ ପାଞ୍ଚରାତ୍ର ସମିତିର ଉପସଭାପତି ବୈକୁଣ୍ଠ ମହାପାତ୍ର, ଉପଦେଷ୍ଟା ରାଧା ବଲ୍ଲଭ ସିଂ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ସଂଗଠନ ସମ୍ପାଦକ ନାରାୟଣ ମହାପାତ୍ର ରଞ୍ଜନ ସାମଲ ଭାରତୀ ପଟନାୟକ, ଅନାମିକା ସ୍ୱାଇଁ ପଟନାୟକ ସୁନିତା ତ୍ରିପାଠୀ ପୁଷ୍ପଳତା ପାତ୍ର କେ ଲଷ୍ମୀ ନାରାୟଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସମିତିର ସଂମ୍ମାନିୟ ସଦସ୍ୟ ଓ ସଦସ୍ୟା ମାନେ ପରିବାର ସହିତ ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ କୃପା ଲାଭ କରିଥିଲେ ।

You might also like
Leave A Reply

Your email address will not be published.