Odia news portal

ଶେଷ ଦିନରେ କ୍ୟାପଟେନ ମନ୍ମଥଙ୍କ ବିଶାଳ ବାଇକ୍ ରାଲି

ଜଟଣୀ : ନିର୍ବାଚନ ହେଉଛି ଗଣତନ୍ତ୍ରର ଆତ୍ମା । ଆସନ୍ତା ୨୫ ମଇରେ ଭୁବନେଶ୍ବର ଲୋକସଭା ଆସନ ଓ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ ହେବାକୁ ଥିବା ବେଳେ ଶେଷ ଦିନର ପ୍ରଚାର ମଇଦାନରେ ଆଗେଇ ଆସିଥିଲେ ଭୁବନେଶ୍ଵରର ଲୋକସଭା ଆସନ ପ୍ରାର୍ଥୀ କ୍ୟାପଟେନ ମନ୍ମଥ କୁମାର ରାଉତରାୟ। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଶାଳ ବାଇକ୍ ରାଲିରେ ଯୋଗଦେଇ ହଜାର ହଜାର ଲୋକ ମାନଙ୍କୁ ସହ ଭାବନାର ଆଦାନ ପ୍ରଦାନ କରିବା ସହ ପଦଯାତ୍ରା ମଧ୍ୟ କରିଥିଲେ।

ପଦଯାତ୍ରାରେ ଘର ଘର ବୁଲି ଲୋକଙ୍କ ଜନ ସମର୍ଥନ ଆଣିବା ସହ ଆସନ୍ତା ୨୫ ତାରିଖରେ ମତଦାନ ସାବ୍ୟସ୍ତ କରିବା ପାଇଁ ଲୋକମାନଙ୍କୁ କହିଥିଲେ। ତେବେ ଏହି ପରିପେଖିରେ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ମଧ୍ୟ ଯୋଗଦେଇ ମନ୍ମଥଙ୍କ ପାଇଁ ଲୋକମାନଙ୍କୁ ଭୋଟ ଭୀକ୍ଷା କରିଥିଲେ ।

You might also like
Leave A Reply

Your email address will not be published.