Odia news portal

ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

• ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

• ବିରୋଧି ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

• ବି.ଏସ୍‍.କେ.ୱାଇ, ମିଶନଶଶକ୍ତି, ମମତା, ଲକ୍ଷ୍ମୀବସ୍‍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ୍‍, ଚାଉଳ କାର୍ଡ ଇତ୍ୟାଦି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ପଚାରିଲେ

• ନବୀନ ପଟ୍ଟନାୟକ ଭଲ କି ? ‘ହଁ’ରେ ପ୍ରକମ୍ପିତ ହେଲା ସଭାସ୍ଥଳ

• ଜୁଲାଇରୁ ବିଜୁ ଜନତା ଦଳ ମାଗଣା ବିଜୁଳି ଦେବେ, ବିଜୁଳି ବିଲ୍‍ ଆସିବ ନାହିଁ, ଆପଣମାନେ ଖୁସି ତ ?

• ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ କାମ ଓ ମା’ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ? ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଉତ୍ତର ଦେଲେ ଜନତା

• ନୟାଗଡ଼ ପାଇଁ ବିପୁଳ ପୁଞ୍ଜିନିବେଶ ଯୋଜନା ରଖିଛନ୍ତି ମୁଖ୍ୟମନ୍ତୀ – ଶ୍ରୀ ପାଣ୍ଡିଆନ

• ରେଳଲାଇନ ହୋଇଗଲା ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ, ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ

• ମୁଖ୍ୟମନ୍ତ୍ରୀ ୨୦୨୪ ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ ବହୁତ କିଛି ଯୋଜନା କରିଛନ୍ତି

• ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି

• ଆପଣମାନଙ୍କୁ ନେଇ ନୂଆ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହା କରାଯାଇଛି

• ସମସ୍ତ ମଧ୍ୟବିତ୍ତ ବର୍ଗଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରାଯିବ

• ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଙ୍ଗ ଲୋନ ପାଇଁ ସୁଧହାର କମ୍‍ ରହିବ

• ଶିକ୍ଷାଋଣରେ ମଧ୍ୟ ସୁଧହାର କମ୍‍ ରହିବ

• ନୂଆ-ଓ ସ୍କଲାରସିପ୍‍ ଜରିଆରେ କଲେଜ ପୁଅମାନଙ୍କ ପାଇଁ ୧୨ ହଜାର ଓ ଝିଅମାନଙ୍କ ପାଇଁ ୧୪ ହଜାର ଟଙ୍କାର ବ୍ୟବସ୍ଥା

• ଏଭଳି ପଦକ୍ଷେପ କୌଣସି ରାଜ୍ୟ ନେଇନାହାନ୍ତି, ଏହା କେବଳ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କରିଛନ୍ତି

• କଣ୍ଟିଲୋ ନୀଳମାଧବ ମନ୍ଦିର ରୂପାନ୍ତରଣ, ଜଳସେଚନ ପାଇଁ କୁସୁମୀ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନୟାଗଡ଼ ପାଇଁ କରିଛନ୍ତି

• ସାରା ଓଡ଼ିଶା କହୁଛି ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ

• ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‍ ଛାଡ଼ ହେବ

• ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ

• ତୃତୀୟ ଦସ୍ତଖତରେ ମିଶନଶକ୍ତି ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା

• କାଳିଆ, 5T ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ୍‍ ଯୋଜନାରେ ୧୦୦୦ ଟଙ୍କା ଭତ୍ତା, ବି.ଏସ୍‍.କେ.ୱାଇ., ଲକ୍ଷ୍ମୀ ବସରେ ମା’ମାନଙ୍କ ପାଇଁ ୫ ଟଙ୍କା କିଏ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଜନତାଙ୍କୁ, ସବୁର ଉତ୍ତର ଉଚ୍ଚସ୍ୱରରେ ଥିଲା – ନବୀନ ପଟ୍ଟନାୟକ

• ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କଲେ

• ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧି ଦଳ କେବେହେଲେ ବିକାଶ ଚାହାନ୍ତି ନାହିଁ, କାମ କରିବାକୁ ଦେବେ ନାହିଁ

You might also like
Leave A Reply

Your email address will not be published.