Odia news portal

ହଜାର ହଜାର କର୍ମୀଙ୍କ ସହିତ ସୁଶାନ୍ତଙ୍କ ରୋଡ଼ ଶୋ

ଭୁବନେଶ୍ୱର, (ଚକ୍ରଧର ମାଝି) : ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର। ବିଭିନ୍ନ ପାର୍କ ଓ କର୍ମୀ ସମ୍ମିଳନୀରେ ପ୍ରଚାର କରୁଥିବା ସୁଶାନ୍ତ କୁମାର ରାଉତ ଆଜି ପ୍ରଥମ ରୋଡ଼ ଶୋ କରି ପ୍ରଚାର ମଇଦାନକୁ ସରଗରମ କରିଛନ୍ତି। ଆଜି ୯ ନମ୍ବର ଓ୍ବାର୍ଡର କେଳୁଚରଣ ପାର୍କ ନିକଟରୁ ବିଶାଳ ଶୋଭାଯାତ୍ରାରେ ବାହାରି ମଞ୍ଚେଶ୍ବର ରେଲୱେ ମାର୍କେଟ, ଗାଡକଣ ଗାଁ ଓ ରଙ୍ଗ ମାଟିଆ ପରିକ୍ରମା କରି ‌ଭୋଟ ଭିକ୍ଷା କରିଥିଲେ।

ସେହିପରି ସନ୍ଧ୍ୟାରେ ଶିଖରଚଣ୍ଡୀ ନଗରରୁ ଶୋଭାଯାତ୍ରାରେ ବାହାରି ପ୍ରଶାନ୍ତି ବିହାର ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ , ୯ ନମ୍ବର ଓ୍ବାର୍ଡ କର୍ପୋରେଟର ସୁଷମା ସାହୁ, ୧ ନମ୍ବର ଓ୍ବାର୍ଡ କର୍ପୋରେଟର ମିହିର କୁମାର ରାଉତ, ୨ ନମ୍ବର ଓ୍ବାର୍ଡ କର୍ପୋରେଟର ମୋନାଲିସା ବେହେରାଙ୍କ ସମେତ ସମସ୍ତ ନେତୃମଣ୍ଡଳୀ, ବରିଷ୍ଠ ନାଗରିକ, ମହିଳା ଓ ହଜାର ହଜାର ସଂଖ୍ୟାରେ ଯୁବକ ଯୋଗଦାନ କରିଥିଲେ।

You might also like
Leave A Reply

Your email address will not be published.