Odia news portal

ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟିତ


ଭୁବନେଶ୍ୱର : ପବିତ୍ର ରାମ ନବମୀ ତିଥିରେ ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟିଆ ଠାରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ଆନୁ । ନିକ ଭାବେ ଉଦ୍‌ଘାଟନ କରିଥିଲେ । ସେ କହିଥିଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱଚ୍ଛ ଶାସନ ଓ ବିକାଶ ଧାରା ପାଇଁ ଆଜି ସାରା ଭାରତରେ ଭାରତୀୟ ଜନତା ପାର୍ଟିର ବିଜୟ ବାନା ଉଡୁଛି ।

ଏଥର ଓଡିଶାରେ ମଧ୍ୟ ବିଜୟ ବାନା ଉଡିବ । ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିବା ସହିତ ଓଡିଶାରେ ସରକାର ଗଠନ କରିବ । ଓଡିଶାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି । ଚାରିଆଡେ ପଦ୍ମ ଫୁଟିବ । ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର କହିଥିଲେ ଆଜି ଠାରୁ ଉତ୍ତରରେ ବିଧିବଦ୍ଧ ଭାବେ ପ୍ରଚାର କାର୍ଯ୍ୟ ଚାଲିବ । ଏଠାରେ ଚନ୍ଦ୍ରଶେଖର ମଣ୍ଡଳର ସମସ୍ତ କର୍ମକର୍ତ୍ତା ଓ କର୍ମୀ ଏକତ୍ରୀତ ହୋଇ ଘର ଘର ବୁଲି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଓ ବିକଶିତ ଭାରତ ଗଠନ ଧାରାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବେ ।

ଉତ୍ତରରେ ନିଶ୍ଚୟ ପଦ୍ମ ଫୁଟିବ । ଆଜି ସକାଳୁ ଯଥାବିଧି ରୀତିନୀତି ଅନୁସାରେ ପ୍ରଭୁ ଶ୍ରୀରାମଙ୍କର ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇ କାର୍ଯ୍ୟାଳୟ ଉଦ୍‌ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍ତରର ସମସ୍ତ ବିଜେପି କର୍ପୋରେଟର, ଚନ୍ଦ୍ରଶେଖର ମଣ୍ଡଳର ସମସ୍ତ କର୍ମକର୍ତ୍ତା ଏବଂ ପଞ୍ଚାୟତ ଓ ୱାର୍ଡର ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.