Odia news portal

ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ପୀଠରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ରର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଥିବା ସହିଦନଗର ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ପୀଠରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର
କାର୍ଯ୍ୟକ୍ରମ ୫ ଦିନ ଧରି ଅନୁଷ୍ଠିତ ହେଵ ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧକ୍ଷ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜା ରାଧାବଲ୍ଲଵ ମଠ ପୁରୀ ମୁଖ୍ୟଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀ ବୈକୁଣ୍ଠ ମହାପାତ୍ର ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଅକ୍ଷୟ ଉପାଧ୍ୟାୟ ତ୍ରିଲୋଚନ ନାୟକ ବଂଶୀଧର ନାୟକ ମନ୍ଦିର ର ସଭାପତି ଅର୍ଜୁନ ମଙ୍ଗରାଜ ସମ୍ପାଦକ ସୁଧାଂଶୁ ତ୍ରିପାଠୀ ଅଚ୍ୟୁତ ବେହେରା ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା କରି ଥିଲେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଓଡ଼ିଶାରେ ସବୁ ଆଡ଼େ କରା ଯିବା ପାଇଁ ଚେଷ୍ଟା କରିବାକୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା ।

ଶ୍ରୀ ଳଜଗନ୍ନାଥଙ୍କ ସ୍କନ୍ଦପୁରାଣର ବାର୍ତା ଓଡିଶାର ପ୍ରତେକ ଘରେ ପହଂଚିବା ଦରକାର ବୋଲି ମତ୍ତ ପ୍ରକାଶ ପାଇ ଥିଲା ଆଜି ପ୍ରଥମେ ଦିନରେ ପରାୟଣ କରାଯାଇ ଘୃତଯଂଜ୍ଞ କରାଯାଇ ଥିଲା ପରେ ପରେ ସନ୍ଧ୍ୟାରେ ଅନାମିକା ସ୍ୱାଇଁ ପଟନାୟକ ସ୍ଵର୍ଣ୍ଣଲତା ପାଣି ଦିବ୍ୟ ବକସି ସୌଦାମିନୀ ପଣ୍ଡା ଭାରତୀ ଭୂଷଣ ପଟନାୟକ ବିମ୍ବାଧର ପଣ୍ଡା କେ ଲଷ୍ମୀ ନାରାୟଣ ପ୍ରମୁଖ ଭଜନ ପରିବେଷଣ କରି ଥିଲେ ପ୍ରବକ୍ତା ପ୍ରାଧ୍ୟାପକ ଡ଼ ପ୍ରଶାନ୍ତ ରଥ ଶ୍ରୀଜଗନ୍ନାଥଙ୍କ ପ୍ରଥମ ଦିନର ବିଷୟ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ଜଣାଇ ଥିଲେ

ଶେଷ ଦିନରେ ଉଦଘାଟକ ଭାବେ ଡ଼ ଅଶୋକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ପୁରୀ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ।ଆଗାମୀ ଦିନରେ ଦିବ୍ୟଧାମ ହରିଦ୍ଵାରର ଶ୍ରୀମଙ୍ଗଳ ଆଶ୍ରମ ଠାରେ ୧.୬.୨୪ ଠାରୁ ୫.୬.୨୪ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ସମସ୍ତଙ୍କୁ ସୂଚନା ଦିଆ ଯାଇ ଥିଲା
ଏହି କାର୍ଯ୍ୟକ୍ରମରେ ପୁରୀ ରାଧାବଲ୍ଲଭ ମଠ ମହନ୍ତ ଶ୍ରୀରାମକୃଷ୍ଣ ଦାସ ମହାରାଜ ଓ ବ୍ରହ୍ମଚାରି ଶ୍ରୀସତ୍ୟାନନ୍ଦ ଦାସ ଧାରାବାହିକ ପ୍ରବକ୍ତା ରୁପେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେଠାରେ ୩୧.୫.୨୦୨୪ ରାତିରୁ ୬.୬. ୨୦୨୪ ସକାଳ ପର୍ଯ୍ୟନ୍ତ ରହିବା ଓ ପ୍ରସାଦ ସେବନ ନିମନ୍ତେ ବନ୍ଦୋବସ୍ତ କରାଯାଇଛି, ରୁମ ଗୁଡିକ ଏସି ପାଇଁ ୮୦୦୦ ଟଙ୍କା ଓ କୁଲର ରୁମ ନିମନ୍ତେ ୭୦୦୦ ଟଙ୍କା ପ୍ରଦାନ କରିବାକୁ ପଡିବ, ରୁମ ଗୁଡିକ ସେୟାରିଂ ହିସାବରେ ଆଲଟ କରାଯିବ, ଯିବା ଆସିବା ର ସମସ୍ତ ଖର୍ଚ୍ଚ ନିଜେ ବହନ କରିବାକୁ ପଡିବ ।

ଏହା ର ଦେୟ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ନମ୍ବର ୩୮୨୫୦୪୭୯୬୧୮, ଆଇଏଫଏସସି କୋଡ SBIN0005093 ରେ ଜମା କରିବାକୁ ଅନୁରୋଧ, ଇଛୁକ ବ୍ୟକ୍ତି ବିଶେଷ ଶୀଘ୍ର ଶୀଘ୍ର ଟିକେଟ କାଟି ସ୍ତାନ ସଂରକ୍ଷଣ କରିବା ପାଇଁ ବିଶେଷ ଅନୁରୋଧ, ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ନମ୍ବର କୁ ଯୋଗାଯୋଗ କରିପାରିବେ ପ୍ରଭାକର ମଲ୍ଲିକ 9439691060, ବୈକୁଣ୍ଠନାଥ ମହାପାତ୍ର 9937231471, ନିରଞ୍ଜନ ଦାଶ 94370 67800, ଡଃ ନାରାୟଣ ମହାପାତ୍ର 9438731639 ଗୌରାଙ୍ଗ ଚରଣ ନାୟକ 9437635177

You might also like
Leave A Reply

Your email address will not be published.